Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anam Charan Sahoo

Inspirational

5.0  

Anam Charan Sahoo

Inspirational

ନାରୀ-୨

ନାରୀ-୨

1 min
420


ଦୁନିଆ ରୂପକ ଏହି ରଙ୍ଗମଞ୍ଚ

ସଭିଏଁତ କଳାକାର

ନିଜ ଧରମର କରେ ଯେ ପ୍ରସାର

ଜଗତରେ ହୁଏ ସାର ।

ଅନେକ ରୂପରେ ନାରୀ ଉଭା ହୁଏ

ଭିନ୍ନ ଭିନ୍ନ ଭୂମିକାରେ

କେବେ ସେ କନିଆଁ କେବେ ପୁଣି ମାଆ

କେବେ ଜାୟା ରୂପ ଧରେ ।

କେବେ ସେ ଭଉଣୀ କରିଥାଏ ଋଣୀ

ଶରଧା ସୁମନ ଦେଇ

ଶାଶୁ ଶ୍ବଶୁରଙ୍କ ସୁନାନାଖି ବୋହୂ

ସରି ତା ନୁହଁନ୍ତି କେହି ।

ବାପାଙ୍କର ସିଏ ଅମୂଲ୍ୟ ରତନ

ହୁଏ ଦୁଇ କୁଳ ସେତୁ

ଦୁହିତା ନାମରେ ଜଣା ଏ ସଂସାରେ

ତ୍ଯାଗ ବଳିଦାନ ହେତୁ ।

କେବେ ହୁଏ ସଖି ନିଜ ମାନ ରଖି

ଜଗତରେ ହୁଏ ବର

କେବେ ହୁଏ ପୁଣି ପାଷାଣୀ ଅହଲ୍ଯା

ପାଇ ଅଭିଶାପ ବର ।

କେବେ ସିଏ ପୁଣି ତ୍ରିନାଥଙ୍କୁ ଧରେ

ଶିଶୁରୂପେ ନିଜ କୋଳେ

ଯୁଗେଯୁଗେ ସିଏ ଅଟେ ଧର୍ମଚର

ଅୟୁତ ତପର ଫଳେ ।


Rate this content
Log in

Similar oriya poem from Inspirational