STORYMIRROR

Jashobant Pattanayak

Tragedy

3  

Jashobant Pattanayak

Tragedy

ନାଲିରକ୍ତ

ନାଲିରକ୍ତ

1 min
188


ସ୍ନେହ-ପ୍ରେମ-ମମତାର ପରଶରେ,

ଆଶା-ବିଶ୍ୱାସ-ଭରସାର ବନ୍ଧନରେ,

ରକ୍ତ ରକ୍ତରେ ସଂପର୍କର ଛିଟା ରହିଯାଏ ।।


ନା ଥାଏ ରାଗ-ରୁଷା ନା ଅଭିମାନ,

ନା ଥାଏ ହିଂସା- ଦେ୍ୱଷ-ବିଷମନ,

ସଂପର୍କଟା ହୄଦୟରେ ଘର କରିଯାଏ ।।


ପାବନୀ ଫଲଗୁ ଧାରପରି ପୁରୁଣା-ପୁରୁଣା ଭିତରେ,

ନୂଆ-ନୂଆ ଆଉ ନୂଆ-ପୁରୁଣା ମୁହଁ ଭିତରେ,

ସଂପର୍କଟା ପିଢ଼ି ପରେ ପିଢ଼ି ଛୁଟିଯାଏ ।।


କିନ୍ତୁ ହାୟ.....

ଯେବେ ବୁଝାମଣାର କଂକ୍ରିଟରେ ଫାଟହୁଏ,

ହସଖୁସିର ଜୁଆରରେ ଭଟ୍ଟା ମାଡ଼ିପଡେ,

ସଂପର୍କ ସେତୁଟା ଚାହୁଁ ଚାହୁଁ ଭୁଷୁଡିଯାଏ ।।


ଚିହ୍ନା ଚିହ୍ନା ମୁହଁ ଯେତେ ଅଚିହ୍ନା ପାଲଟେ,

ସଂପର୍କଟା ହାହାକାର କରେ,

ଉପକାରସବୁ ଭୁଲିହୋଇଯାଏ ।।


ଥାଏ ଯାହା ଲୋଭ-ମୋହ-ପ୍ରତିଶୋଧ-ଛଳନା,

ଖାଲି ଷଡଯନ୍ତ୍ର-ବ୍ୟାଧର ଭାବନା,

ମାୟାଜାଲେ ସଂପର୍କଟା ଛଟପଟ ହୁଏ ।।


ରକ୍ତକୁ ଶୁଭେନାହିଁ ଆଉ ରକ୍ତର ଡାକରା,

ରକ୍ତ ବି ଖୋଜେନାହିଁ ରକ୍ତର ସାହାରା,

ସଂପର୍କଟା ଜଡ଼ ହୋଇଯାଏ ।।


ଶେଷରେ....

ବ୍ୟାଧର ଘାତକ ଶସ୍ତ୍ର ବକ୍ଷବିଦ୍ଧ ହୁଏ,

ଧାରଧାର ଲୁହସବୁ ମାଟି ଭିଜେଇଲା ପରେ,

ସଂପର୍କଟା ନାଲି ନାଲି ରକ୍ତ ହୋଇ ବହିଯାଏ ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy