STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ନାଲି ରକ୍ତ

ନାଲି ରକ୍ତ

1 min
235


ତୋ ଦେହେ ବି ମାେ ଦେହେ ବି

ପୁଣି କି ତାରତମ୍ୟ

ଦୁହେଁ ପୁଣି ମଣିଷ

ପୁଣି କାଇଁ ରକ୍ତ ଖୋଜା ପଡେ 

ତାଜା ତାଜା ନାଲି ରକ୍ତ ଧାରୁଆ ତରବାରୀ ଦେହରେ

ସାମାନ୍ୟ ଧାର କଣ ଯଥେଷ୍ଟ ପ୍ରମାଣ

ଯେତେ ସବୁ ରଙ୍ଗର ଶରୀର 

ନାଲି ରକ୍ତ ସଭିଙ୍କର

ପୁଣି କାଇଁ,

ଧର୍ମ ନାଆଁରେ ,ଜାତି ନାଆଁରେ

ଧନୀ ଗରିବ ତଉଲୁଛ

ଦେଶ ଦେଶରେ ସୀମା ସରହଦ ଟାଣି

କାଇଁ ପଚାରୁଛ ରକ୍ତର ରଙ୍ଗ କଣ ନାଲି

ପ୍ରମାଣ ମାଗି କେତେ ମୁଣ୍ଡ କାଟ

ଏଯାଏ କଣ ତୁମେ ରକ୍ତ ପିପାସୁ ମଣିଷଖିଆ ରାକ୍ଷସ

ସବୁ ଆମର,

ତୁମେ ବି ଆମର, ଆମେ ଏ ଦେଶର

ଅମୃତ ସନ୍ତାନ

ଛୋଟ ବେଳେ ଶୁଣିଥିଲି 

ବୋଉ ବୋଧେ କହିଥିଲା

ମଣିଷ ଅମୃତର ସନ୍ତାନ 

ଅମୃତର ରଙ୍ଗ ଧଳା 

ଆଉ ନାଲି ରକ୍ତର ରଙ୍ଗ

ମୁଁ କହିବିନି, ଏଥର ତୁମେ କହିବ !!!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational