ନାହିଁ ଆଉ
ନାହିଁ ଆଉ
ନାହିଁ ସେ ଦିନର ଶାଗ ପଖାଳ ଲୋ
ନାହିଁ ସେଇ ଜେଜୀ ବୋଉ
ପଖାଳ ଖାଇଲେ ଦେହରେ ଯାଉନି
କିଏ ସେ ଖାଇବ ଆମ୍ବିଳି ପଖାଳ
ଫାଷ୍ଟ୍ ଫୁଡ୍ ଥାଉ ଥାଉ।
ମଦରଙ୍ଗା ଶାଗ କୁ ବଡ଼ି ଭଜା ଦିଏ ବୋଉ
କୋଳିର ପାଗକୁ ଆତୁରରେ ଆମେ
ଅନେଇକି ବସିଥାଉ।
ମନେପଡେ ଭାରି ପଖାଳ କଂସାଲୋ
ସେ କାଳ ମାଣ୍ଡିଆ ଜାଉ
କାଠ ଚୁଲିରେ ସେ ବାଇଗଣ ପୋଡ଼ା
ଭୁଲି ହେବ କି ଆଉ।
ଗୋଟିଏ କଂସାରେ ଭାଇ ଭଉଣୀକୁ
ବୁଝାଏ ଖୁଆଏ ବୋଉ
ପଖାଳ ସାଙ୍ଗରେ କାଞୀ ଆମ୍ବିଳକୁ
ହାପୁଡି ହାପୁଡି ଖାଉ।
ନାହିଁ ଆଉ ସେଇ ଚାଳ ଛପର ଲୋ
ନାହିଁ ଗାଁ ଦାଣ୍ଡେ ଧୂଳି
ଗାଁ ଟି ମୋହର ସହର ହେଲାଣି
ରୂପ ଗଲାଣି ବଦଳି।
ନାହିଁ ଆଉ ସେହି ସ୍ନେହ ଶରଧା ଲୋ
ନାହିଁ ଭାଇ ବନ୍ଧୁ ପ୍ରୀତି
ପଇସା ପଛରେ ସଭିଏଁ ଧାଇଁଲେ
ବଦଳୁଛି ଦୁନିଆ ରୀତି।
ନାହାନ୍ତି ଆଉ ସେ ଗୁରୁ ଗୁରୁଜନ
ଯିଏ ଦେଉଥିଲେ ସ୍ନେହ
ନାହାନ୍ତି ଆଉ ସେ ସାଇ ପଡ଼ିଶା ଲୋ
ଯିଏ ଦୁଃଖେ ଭରୁଥିଲେ କୋହ
ସମୟ ସବୁ ନେଲା ଚୋରେଇ
ନେଇଗଲା ହସ ଖୁସି
ନେଇଗଲା ସେଇ ଧୂଳି ବାଲି ଘର
ଖେଳିବାରେ ଯେତେ ଖୁସି
ନିତି ସାଙ୍ଗସାଥୀ ଝଗଡ଼ା କରି ମିଶୁଥିଲେ ପୁଣି ଆସି
କାହାର କେଜାଣି ନଜର ଲାଗିଲା
ଆପଣାର ଗଲେଣି ଋଷି।
