STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ନାହିଁ ଆଉ ବାଘ ଜାଡ

ନାହିଁ ଆଉ ବାଘ ଜାଡ

1 min
118

ମକର ଗଲାଣି ଶୀତ ଫେରିଲାଣି

ଖରା ଆସିଲାଣି ମାଡ଼ି

କମ୍ବଳ,ସ୍ବେଟର ଲୋଡା ନାହିଁ ତା'ର

ମନଟା ଗଲାଣି ଛାଡ଼ି

ଉତ୍ତରାୟଣରେ ସୂରୁଜ ଯାଆନ୍ତେ

ଦିନ ହୋଇଲାଣି ବଡ଼

ଦିନୁଦିନ ତେଜ ହୁଅଇ ପ୍ରଖର

ଦେହକୁ ଦେଲାଣି ମାଡ଼

ଜ୍ଞାନ ପ୍ରଦାୟିନୀ ଅଭୟ ଦାୟିନୀ

ସଜେଇ ହେଲେଣି ଦେଖ

ଶିକ୍ଷା ଅନୁଷ୍ଠାନେ ଲଭିବେ ଆନନ୍ଦେ

ଶିଶୁଙ୍କ ଗହଳି ସୁଖ

ମାଘ ସପତମି ମେଳା ଲାଗିବଲୋ

ମୁହଁ କରିଦେବ ରଙ୍ଗା

ସଜନୀ ମୋହର ଆଗୁ କହିଲାଣି

ଯିବ ବୁଲି ଚନ୍ଦ୍ରଭାଗା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract