ନାହିଁ ଆଉ ବାଘ ଜାଡ
ନାହିଁ ଆଉ ବାଘ ଜାଡ
ମକର ଗଲାଣି ଶୀତ ଫେରିଲାଣି
ଖରା ଆସିଲାଣି ମାଡ଼ି
କମ୍ବଳ,ସ୍ବେଟର ଲୋଡା ନାହିଁ ତା'ର
ମନଟା ଗଲାଣି ଛାଡ଼ି
ଉତ୍ତରାୟଣରେ ସୂରୁଜ ଯାଆନ୍ତେ
ଦିନ ହୋଇଲାଣି ବଡ଼
ଦିନୁଦିନ ତେଜ ହୁଅଇ ପ୍ରଖର
ଦେହକୁ ଦେଲାଣି ମାଡ଼
ଜ୍ଞାନ ପ୍ରଦାୟିନୀ ଅଭୟ ଦାୟିନୀ
ସଜେଇ ହେଲେଣି ଦେଖ
ଶିକ୍ଷା ଅନୁଷ୍ଠାନେ ଲଭିବେ ଆନନ୍ଦେ
ଶିଶୁଙ୍କ ଗହଳି ସୁଖ
ମାଘ ସପତମି ମେଳା ଲାଗିବଲୋ
ମୁହଁ କରିଦେବ ରଙ୍ଗା
ସଜନୀ ମୋହର ଆଗୁ କହିଲାଣି
ଯିବ ବୁଲି ଚନ୍ଦ୍ରଭାଗା
