STORYMIRROR

Kalandi pal

Inspirational

3  

Kalandi pal

Inspirational

ନାହାନ୍ତି ତ ପ୍ରଭୁ ନାହାନ୍ତି

ନାହାନ୍ତି ତ ପ୍ରଭୁ ନାହାନ୍ତି

1 min
145

ନାହାନ୍ତି କେ ଏଠି ନାହାନ୍ତି

   ମୋ ପ୍ରଭୁ ପରିକେ ନାହାନ୍ତି

ନାହାନ୍ତି ତ ପ୍ରଭୁ ନାହାନ୍ତି

   ରତ୍ନ ସିଂହାସନେ ନାହାନ୍ତି. l0l


ଦ୍ୱାପର ଯୁଗରେ ଗୋପୀ ସ୍ନାନ କାଳେ

ଦେଖୁଥିଲେ ପ୍ରଭୁ ଲୁଚି ଅନ୍ତରାଳେ

ଗୋପୀ ଅନୁରୋଧେ କଳିଯୁଗେ ପ୍ରଭୁ

ସ୍ନାହାନ ବେଦୀରେ ସ୍ନାନ କରୁଥିବୁ

   ଜଗତ ସାରା ତ ଦେଖନ୍ତି. l1l


ଶୀତଳ ଜଳରେ ସ୍ନାହାନ ସାରିଲେ

ଶ୍ରୀ ଅଙ୍ଗେ କମ୍ପନ ଖେଳିଯାଏ ଜ୍ୱରେ

ଥରି ଥରି ପ୍ରଭୁ ରତନ ପଲଙ୍କେ

କମ୍ବଳ ଘୋଡେଇ ଶୁଅନ୍ତି ଆତଙ୍କେ

   ବଇଦ ସେବାରେ ଲାଗନ୍ତି. l2l


ବରଷ ଯାକର କଠିନ ଶ୍ରମରୁ

ବିଶ୍ରାମ ନେବାକୁ ସଂସାର ଜଞ୍ଜାଳୁ

ଚଉଦ ଦିନ ସେ ଅଣସରେ ରହି

ସବୁ କାମ ଧନ୍ଦା ପଛରେ ପକାଇ

   ରତନ ପଲଙ୍କେ ଶୁଅନ୍ତି. l3l

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational