Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SACHALA GURU

Inspirational

4  

SACHALA GURU

Inspirational

ନାଗରିକ

ନାଗରିକ

1 min
195


  ସମାଜ ଜାତିର ମେରୁଦଣ୍ଡ ଅଟେ 

     ସୁଚିନ୍ତକ ନାଗରିକ :

 ସତ୍ୟ,ନ୍ୟାୟ ଧର୍ମେ ଦୟା କ୍ଷମା ପ୍ରେମେ 

     ହୁଅଇ ଦେଶ ସେବକ :                  

ଆତ୍ମ ତ୍ୟାଗ ଜ୍ଞାନ  ଶୃଙ୍ଖଳା ଜୀବନ 

     କରଇ ସେ ଜାଗରିତ :

ସଂଯମତା ପୂର୍ଣ୍ଣ କର୍ତ୍ତବ୍ୟରେ ଧ୍ୟାନ 

     କରେ ପ୍ରାଣେ ପୁଲକିତ :

ଜାତି ପ୍ରୀତି ପ୍ରେମ ଆଦର୍ଶ ଜୀବନ 

     ପାଳି ନୀତି ପ୍ରତି ଦିନ :

ଦେଶର ଉର୍ନ୍ନତି  ଅନ୍ତରେ ଭକତି 

     ଚିତ୍ତରେ  କରଇ ଧ୍ୟାନ :

ନାଗରିକ ଚିତ୍ତ  ପଥ ପ୍ରଦର୍ଶକ 

     ଥାଏ ଆତ୍ମ ବଳି ଦାନ :

ପଲ୍ଲୀରୁ ନଗରୀ  ଦେଶରୁ ବିଦେଶ 

     ମନ ପ୍ରାଣେ ଅନୁଦାନ :

ଦୃଢ ମନୋବଳ ଈଶ୍ୱର ବିଶ୍ୱାସ            

    ବଦଳାଏ ଗତି ପଥ :

ଦେଶର କର୍ତ୍ତବ୍ୟ  ଜାତି ର ମହତ୍ୱ 

    ସଚ୍ଚା ଚାଳକର ମତ :

ନିଜ ଅଧିକାର  ସାବ୍ୟସ୍ତ ପୂର୍ଵରୁ 

    କର୍ତ୍ତବ୍ୟ କର ପାଳନ : 

ତେବେ ଯାଇ ଦେଶ ଉର୍ନତ ପ୍ରଖର 

    ହେବ ତାଙ୍କର ସନ୍ତାନ :

ସ୍ୱଦେଶର ପ୍ରୀତି  କର ହେଜାଗୃତି 

    ମନ ପ୍ରାଣ ତାକୁ ଦେଇ :

ତା' ପାଣି ପବନେ  ଗଢାଏ ଶରୀର 

     ହଜି ମଜିଯାଅ ତୁହି :

ଗାନ୍ଧୀ ଗୋପବନ୍ଧୁ  ଅନ୍ତରର ସିନ୍ଧୁ 

    ଯେପରି କରିଲେ କର୍ମ :

ତାଙ୍କ ନାମ ଧରି  ଭାବନାରେ ଭରି 

    ସେହିତ ଜୀବନ ମର୍ମ :

ସତ୍ୟ ପଥେ ତୋର ମନ ବିତାଇବୁ 

    ହୋଇଣ ସୁନାଗରିକ :

ଦେଶର ଆଦର୍ଶ   ଜାତିର ମହକ 

    ହେବୁରେ ପରିଚାଳକ :


   




Rate this content
Log in

Similar oriya poem from Inspirational