STORYMIRROR

ଅନିଲ କୁମାର ଲେଙ୍କା

Abstract Inspirational

3  

ଅନିଲ କୁମାର ଲେଙ୍କା

Abstract Inspirational

ନାଗରିକ

ନାଗରିକ

1 min
156

 

ଅଠର ବରଷ ହୋଇଗଲା ପରେ

    ସାବାଳକ ହୋଇଥାଏ

ମତଦାନ କରି ନାଗରିକର ଯେ

    କର୍ତ୍ତବ୍ୟ ନିଭେଇ ଥାଏ ।।

ଦୀନ ହୀନ ଜନ ନିସ୍ବ ନାଗରିକ

    ବୁଝେନା ନେତାଙ୍କ ଛଳ

ମିଛ ପ୍ରଲୋଭନ କଥାରେ ପଡିଣ

     କରିଥାନ୍ତି ଗଣ୍ଡଗୋଳ ।।

କାହାରି କଥାରେ ଭାସିଯିବା ନାହିଁ

     ଆମେରେ ସ୍ବାଧୀନ ଜନ

ନାଗରିକ  ଅଧିକାରେ ରଖିଯିବା

     ଦେଶର ମହତ ମାନ ।।

ସର୍ବ ନାଗରିକେ ସମାନ ବିଧାନ

      ଦେଇଅଛି ସମ୍ବିଧାନ

ନିତି ନିୟମରେ ଚଳିଲେ ବଢିବ

    ଦେଶର ନିଶ୍ଚେ ସମ୍ମାନ ।।

ଗଣତନ୍ତ୍ରେ ସାମ୍ୟବାଦ ସମସ୍ବର

     ସାମାଜିକ ନ୍ୟାୟମାନ

ସୁରକ୍ଷିତ ସଦା ସମ୍ବିଧାନ ମତେ

      ସଭିଙ୍କୁ ସମ ଆଇନ ।।

ଅଧିକାର ସହ ଦାଇତ୍ବ ନିର୍ବାହେ

      ରଖି ମାତୃଭୂମି ଟେକ

ନାଗରିକ ଭାବେ ସାରା ଜଗତକୁ

  ଦେଖାଇ ଦେବା ଆଲୋକ ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract