STORYMIRROR

Barsha Swain

Tragedy Inspirational

4  

Barsha Swain

Tragedy Inspirational

ମୂଲ୍ୟ

ମୂଲ୍ୟ

1 min
422


ସମ୍ପର୍କ ଆଜି ତା ମୂଲ୍ୟ ମାଗେ

ହିସାବ କରେ କିଏ ନିଜର

ପୁଣି କିଏ ଦରକାରୀ  

ସମୟ ତ ଚିରସ୍ରୋତା ନଦୀ

କେତେଯେ ଉପନଦୀ ଆସି ମିଶନ୍ତି

କେତେ ଶାଖା ନଦୀ ପ୍ରସରି ଯାଆନ୍ତି ତା ମଧ୍ୟରୁ

କେହି ହିସାବ କରେନି। 


ମୂଲ୍ୟକୁ ତଉଲେଇବା ସାଧାରଣ ଅଭ୍ୟାସ 

ମାତ୍ର ହାତ ପାହାନ୍ତାରେ ସବୁ ମିଳେନି

ବଜାର ଦର ବି ଏଠି ଆକାଶ ଛୁଆଁ 

ସ୍ପଷ୍ଟ ଚେହେରା ହିଁ ଆଦର ପାଏ

ବାକି ସବୁ ହଜିଯାଆନ୍ତି ଗହଳିରେ। 


ମନେପଡେ ଉନବିଂଶ ଶତାବ୍ଦୀର କଥା

ସମ୍ପ୍ରତି କେତେ ତଫାତ୍ ମୂଲ୍ୟରେ

ପରିବା ଦର ଆକାଶଛୁଆଁ 

ତେଣୁ ହାତ ଫେରେ ପଛକୁ

ଅନୁରୂପୀ ସମ୍ପର୍କ କାଳ ସହ ଦିଏ ତାଳ। 


ଅଜଣା ଭବିଷ୍ୟତ ଅଲୋଡ଼ା ଅତୀତ

କେବଳ ବର୍ତ୍ତମାନ ହିଁ ଯୋଗ୍ୟ

ଉପଯୋଗର ଅଭାବରୁ ମୁକ୍ତ ହୋଇ 

ଭବିଷ୍ୟତ ଭୟ ଭୂତ ଓ କଙ୍କାଳ ।


ମୂଲ୍ୟ ଯେ ସବୁ ଜିନିଷର ଥାଏ 

ଯୁକ୍ତି ଉପସ୍ଥାପନ କରେ ମାନବ

ହାତ ପାହାନ୍ତାରେ ସୁଯୋଗ ପାଇ

ନାନା ରକମର ସ୍ୱାଦ ଆହା କି ତୃପ୍ତି !

 

କେତେ ବଣମଲ୍ଲୀ ଝଡିଯାଏ ବଣରେ

ଶୂନ୍ୟ ଭାଣ୍ଡ କି ପାଏ ଆଦର  

ପଳାଶ କି ମୋହିପାରେ ବାଟୋଇର ମନ

ସମୁଦ୍ର କି ମେଣ୍ଟାଇ ପାରେ ତୃଷ୍ଣା  

ମୂଲ୍ୟ ଏଠି ପାଏ ଆଦର 

ଯୋଗ୍ୟତାକୁ କିଏ ବା ପଚାରେ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy