Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others

4  

Bharatabandhu Biswal

Inspirational Others

ମୂଳ ପୁଞ୍ଜି

ମୂଳ ପୁଞ୍ଜି

1 min
247



ପରିଶ୍ରମ ନିଷ୍ଠା  ଅଟେ ମୂଳ ପୁଞ୍ଜି

    ଉନ୍ନତିର ଚାବିକାଠି

ଅଧର୍ମ ବାଟରେ ଅରଜେ ଯେ ଧନ

   ଯାଏ ଧୂଆଁ ହୋଇ ଉଡ଼ି ।

ଲୁଟି ନିଏ ଠକ ଚୋର ଡାକୁ ଖଣ୍ଟ

   ବଇଦ ଖାଅଇ ଭଣ୍ଡି

ଜନମ ହୁଅନ୍ତି କୂଳରେ ଅକର୍ମା

   ତଣ୍ଟି ରେ ଲଗାନ୍ତି ଛୁରୀ ।

ଲାଗେନା ସତ୍କର୍ମେ ମହତ ଉଦ୍ଦେଶ୍ୟେ

  ଲାଞ୍ଚ ମିଛ ଖଚ୍ଚ ଧନ

ବିପତ୍ତି କୁ ଡାକେ ଦେବସ୍ୱ ପରସ୍ୱ

  ସମ୍ପତ୍ତି ନିଆଁ ସମାନ ।

ଭାବୁଥାଏ ମୁର୍ଖ ମୁଁ ଅତି ଚାଲାକ

  ଲୁଟି ମାରି ଖାଇଯିବି

କିଣି କୋଠାବାଡି ସୁନା ଅଳଙ୍କାର

  ବଢାଇବି ଜମା ପୁଞ୍ଜି ।

ନ ମେଣ୍ଟଇ ଭୋକ ଆପଣା ପେଟରେ

  ଭୁଞ୍ଜି ଦେଲେ କିଏ ଅନ୍ୟ

ଦିଏ ସିନା ଦୁଃଖ ସମ୍ପତ୍ତି ହରଣ

  ସୁଖକୁ ନୁହଁ ଭର୍ଜନ ।

ବାବୁ ହରିହର ବିଚରା ହରିଆ

  ଅଣ୍ଟାରୁ ଖସିଲେ ବଳ

ଚିକ୍କଣ ଚଢାଣି ନୁହଁଇ ସହଜ

  ଖସଡ଼ା ଖମ୍ଭ ସଂସାର ।

ଘୋର କଳିକାଳ ଚଞ୍ଚଳ ଅସ୍ଥିର

  ଜଟିଳ ଜୀବନ ପଥ

ଚାଲିବା ଦୁଷ୍କର ସଳଖ ସୁନ୍ଦରେ

  ସାଧୁ ଗଣନ୍ତି ପ୍ରମାଦ ।


   


Rate this content
Log in

Similar oriya poem from Inspirational