Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramesh takri

Inspirational

3  

Ramesh takri

Inspirational

ମୂହୁର୍ତ୍ତ

ମୂହୁର୍ତ୍ତ

1 min
186


ସମୟର ସ୍ରୋତ ହୁଏନା ବିରତ

    ବହିଚାଲେ ଅବିରତ

ଚାଲଇ ଆଗକୁ ଫେରେନା ପଛକୁ

    ଏହି ସମୟର ସ୍ରୋତ ।


ମୂହୁର୍ତ୍ତ ମୂହୁର୍ତ୍ତ ସମୟକୁ ନେଇ

    ଦିନ,ମାସ,ବର୍ଷ ଗଢ଼ା

ମୂହୁର୍ତ୍ତ ସମୟ ହରାଇଲେ ହୁଏ

    ସୁଯୋଗର ହାତ ଛଡ଼ା ।


ଏହି ସମୟଟି ପ୍ରତିଟି ଜୀବନେ

    ଅଟଇ କେତେ ଗୁରୁତ୍ବ ।


ଏହିତ ଜୀବନେ ହାରିବା ଜିତିବା

    ସବୁତକ ଥାଏ ରହି

ଘଟଣା ଅଥବା ଅଘଟଣ ସବୁ

    ଘଟେ ମୂହର୍ତ୍ତକ ପାଇଁ ।


ମୂହୁର୍ତ୍ତକ ପାଇଁ ସବୁ ଶେଷ ହୁଏ

    ହେଲେ ଅସାବଧାନତା ।


ମୂହୁର୍ତ୍ତଟି ଭାବି କର୍ମ କରିବାକୁ

    ଅବହେଳା ନ କରିବା

ସମୟକୁ ନେଇ ଜୀବନ ଯାତ୍ରାରେ

    ସଦୁପଯୋଗ କରିବା ।


ସମୟର ମୂଲ୍ଯ ବୁଝିଲେ ଜୀବନେ

    ସବୁ ହୁଏ ଅବଗତ ।

  


Rate this content
Log in

Similar oriya poem from Inspirational