ମୁଠେ ଅବିର
ମୁଠେ ଅବିର
କବିଟିଏ ମୁଁତ କବିତା ଗୋ ତୁମେ
ହୃଦୟ ତଳର ତଟିନୀ ଟିଏ
ଜତନେ ସାଇତା ପ୍ରୀତି ଗୋଲାପରେ
ସ୍ନେହ ବୋଳା ତୁମେ ପାଖୁଡା ଟିଏ ।
ପରୀ ଟିଏ ତୁମେ ମୋ ମନ ଆକାଶେ
ଭାବନାରେ ଭରା ସପନ ଟିଏ
ଯନ୍ତ୍ରଣା ରେ ଭରା ଜୀବନ ବାଟରେ
ଚେନାଏ ହସର କବିତା ଟିଏ ।
ମୋର ସପନରେ ପ୍ରତି ଭାବନାରେ
ରଙ୍ଗ ଭରା ତୁମେ ମୁଠେ ଅବିର
ସପନରେ ତୁମେ ସତରେ ବି ତୁମେ
ଅନ୍ତରଙ୍ଗ ବନ୍ଧୁ ଜୀବନେ ମୋର ।