STORYMIRROR

Dharitri Das

Inspirational

4  

Dharitri Das

Inspirational

ମୁଠାଏ ସପନ

ମୁଠାଏ ସପନ

1 min
387


ମୁଠାଏ ସପନ ଆଞ୍ଜୁଳାଏ ଆଶା

  ନେଇ ବଞ୍ଚିବାକୁ ହୁଏ

ସଂସାର ଜଞ୍ଜାଳ କୁଟୁମ୍ବ ପୋଷଣ

   କେଡେ କଷ୍ଟକର ହାଏ।

ଈଶ୍ବରଙ୍କ ଲୀଳା ବୁଝିବାକୁ ହେଲେ

   ଆଧ୍ୟାତ୍ମିକତାର ବସ

ବିନା ସବୁ ଅଟେ ଦିବାସ୍ଵପ୍ନ ବାବୁ

   ହରିନାମେ ସଦା ରସ।

ଜଞ୍ଜାଳ ମଧ୍ୟରୁ ବାହାରିବା ପାଇଁ

   ବାଟ ଖୋଜୁଥିଲେ ଭାଇ

ବିବେକର କଥା ମାନିବାକୁ ହେବ

    ହୃଦୟ ମନ୍ଦିରେ ଯାଇ।

ସୁଖ ଦୁଃଖ ସାଥେ ତାଳ ଦେଇ ତୁମେ

    ଚାଲିବାକୁ ହେବ ଜାଣ

ଈଶ୍ବରଙ୍କ ପାଶେ ସବୁ କର୍ମମାନ

    କରୁଥିବ ସମର୍ପଣ।

ତାଙ୍କରି ପାଶରେ କିଛିକ୍ଷଣ ବସ

    ପୂଜା ପାଠ ବାହାନାରେ

ଶାରୀରିକ ଅବା ମାନସିକ ଶାନ୍ତି 

    ମିଳିଥାଏଟି ତହିଁରେ।

ମରା ମରା ଗାଇ ବାଲମିକ ଦିନେ

   ଗଣାହେଲେ ମହର୍ଷିରେ

ସେହିପରି ତୁମେ ଅଭ୍ୟାସର ବଳେ

    ପହଞ୍ଚିବ ନିକଟରେ।

ସର୍ବ ଶକ୍ତିମାନ ସେହି ମହାପ୍ରଭୁ

   ହୋଇବ ସିନା ପରତେ

ତେବେ ଯାଇ ମୁକ୍ତି ମିଳିବ ବୋଲି ତ

   ବୁଝିବାକୁ ହେବ ତୋତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational