Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jyotsna mayee panda

Inspirational

3  

jyotsna mayee panda

Inspirational

ମୁଠାଏ ମାଟି

ମୁଠାଏ ମାଟି

1 min
235


ମୋ ମନ କହୁଛି ଆଜିବି ବଂଚିଛି

ମୋ ଦେଶରେ ସ୍ୱାଭିମାନ

ମୁଠାଏ ମାଟିରେ ଭାଗ୍ୟ ଯା ଲେଖାଇ

ନିଜ ଦେଶ ଅଭିମାନ ।


ଯେଦେଶେ ଜନ୍ମିତ ବାଜି ରାଉତ ଜେ

ଝାନ୍ସୀ ରାଣୀ ଲକ୍ଷ୍ମୀ ବାଇ

ସେ ଦେଶ ମଣିଷ ଭୀରୁ ନୁହଁ କେବେ

ସ୍ୱାର୍ଥ ସାଧନର ପାଇଁ ।


ଆସୁ ପଛେ ଦୁଃଖ ଆସୁ ତ ଦୁର୍ଦ୍ଦିନ

ହାରିବା ଯାତକେ ନାହିଁ

ଓଡ଼ିଆ ପୁଅର ଉଷୁମ ରକ୍ତରେ

ପରାଜୟ ଲେଖା ନାହିଁ ।


କେତେ କେତେ ଦୁଃଖେ କେତେ ଦୁର୍ଦ୍ଦଶା

ଜୀବନ ଯାଇଛି ହଜି

ହଜିନାହିଁ କେବେ ନିଜ ସ୍ୱାଭିମାନ

ଭାଙ୍ଗି ପଡିବା ନି ଆଜି l


ଯେଦେଶ ସଂସ୍କୃତି ସବୁଦିନ ପାଇଁ

ଅନ୍ୟକୁ ଦେଖାଏ ବାଟ

ସାହାଯ୍ୟର ହାତ ଅନ୍ୟକୁ ବଢାଏ

ଅନ୍ୟର ଚାହେଁ ସେ ହିତ l


ଅହଙ୍କାରୀ ନୁହଁ ମୋ ଦେଶ ଜନତା

ସହାୟକ ହୁଏ ସେତ

ଶତ୍ରୁଟିଏ ଯେବେ ବଢାଏ ତା ହାତ

ହସି କରେ ଆମନ୍ତ୍ରିତ l


ମୋ ଦେଶ ସଭ୍ୟତା ଶିଖାଏ ନି କେବେ

ଅନ୍ୟକୁ ଦେବାକୁ ଦୁଃଖ

ନିଜେ ଦୁଃଖେ ରହି ଅନ୍ୟ ପାଇଁ ସଦା

ସବୁ କରେ ସମର୍ପିତ l



Rate this content
Log in

Similar oriya poem from Inspirational