STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ମୁର୍ମୁସୁ ମା ଓ ମୋବାଇଲ୍

ମୁର୍ମୁସୁ ମା ଓ ମୋବାଇଲ୍

1 min
408

ହେଇ,ମୋର କେଇ ପଦ ଶେଷ କଥା ଶୁଣ

ବଞ୍ଚିବାର ଆଶା ମୋର ହେଉଅଛି କ୍ଷୀଣ 

ଯଦି ସେ ପାରି କୁ ଏ ସମୟେ କରିବି ଗମନ

ତୁମ ନିକଟେ ମୋର ଏକ ଛୋଟ ନିବେଦନ

ମୋ କୋମଳ ଶିଶୁଟି ପାଇଁ କିଛି କରିବ ବିଧାନ

ମାତୃ-ହରା ଦୁଃଖରେ ଯେପରି ନ ହୁଏ ମ୍ରିୟମାଣ ।


ନିହାତି ଅପାଠୁଆ ହିଁ ମା ରୂପେ ଆଣିବ ବହନ

ମୋବାଇଲ୍ ବିଷୟ ରେ ଯେମିତି ଥିବ ସେ ଅଜ୍ଞାନ

ଅନଲାଇନ ନୁହେଁ ମା ନିହାତି ହେଉ ଅଫ-ଲାଇନ

ପିଲାଙ୍କର ଭଲ ମନ୍ଦ ବୁଝିବାକୁ ହୋଇବ ଯତ୍ନବାନ

ବାହାର ର ଖାଦ୍ୟ ପିଲାଙ୍କୁ କେବେ ହେଁ ନ ଦେବ

ଘର ତିଆରି ଖାଦ୍ୟ ନିହାତି ପିଲାମାନଙ୍କୁ ଖୋଇବ ।


ଅପାଠୁଆ ମା ହେଲେ ପିଲାଙ୍କୁ ଗପ କହି ଶୁଆଇବ

ପାର୍ଟି କ୍ଳବ୍ ନ ଯାଇ ଘରେ ପିଲାଙ୍କ କଥାକୁ ବୁଝିବ

ମୋବାଇଲ୍ ନ ଟିପିଲେ କିଏ କଣ କହୁଛି ଶୁଣିବ

ଘର କଥା ମନ ଧ୍ୟାନ ଦେଇ ସବୁ କାମ ବି କରିବ ।


ମୋବାଇଲ୍ ଟିପିବା ପାଇଁ ପିଲାଙ୍କୁ ମନା କରୁଥିବ

ସଂଧ୍ୟା ବେଳେ ପାଖେ ରହି ପାଠ ପଢ଼ା ଦେଖୁଥିବ

ସେଇ ଅପାଠୁଆ ମା ଟିଏ ନିହାତି ଘର କୁ ଆଣିବ

ଅପାଠୁଆ ବୋଲି କେବେ କଡା କଥା ନ କହିବ ।


ଆଜିକାଲି ମା ମାନେ ବି ମୋବାଇଲ୍ ପ୍ରେମରେ

ଘର କଥା ବୁଝିବାକୁ ସ୍ପୃହା ଆଉ ରହୁନି ମନରେ

ମା ମାନେ ନିଜେ ମୋବାଇଲ୍ ଠୁ ଦୂରେଇ ରହିଲେ

ନିଜ ଘର ପରିବାର ପ୍ରତି ଧ୍ୟାନ ରହିବ ହିଁ ଭଲେ

ଅପାଠୁଆ ହୋଇ କିଛି ନ ଜାଣିଲେ ବରଂ ଭଲ

ମୋବାଇଲ୍ ପ୍ରେମରେ ଦିନ ରାତି ରହିବା ହିଁ ଭୁଲ୍ ।


ଶେଷ କଥା କହୁ ଅଛି ଭୁଲିବନି ମୋବାଇଲ୍ କଥା

ମୋ ପିଲାର ଯତ୍ନ ପାଇଁ କରିବ ଏକ ମା' ବ୍ୟବସ୍ଥା

କିଏ କଣ କହୁ କିଛି ନ ଭାବି ଅପାଠୁଆ ହିଁ ଆଣିବ

ମୋବାଇଲ୍ ଟିପା ଅଭ୍ୟାସ ଥିଲେ ଘର ଭାଙ୍ଗି ଯିବ

ଦେଖାହେବ ଯଦି ଆର ଜନମରେ ପଚାରିବି ସବୁ

ପ୍ରାଣ ବାୟୁ ଶେଷ ହେଉଛି ଆଉ ଦୁଃଖ ନ କରିବୁ ।


Rate this content
Log in

Similar oriya poem from Abstract