STORYMIRROR

Bidyadhar Mantry

Abstract Romance Classics

3  

Bidyadhar Mantry

Abstract Romance Classics

ମୁରଲୀଧାରୀ

ମୁରଲୀଧାରୀ

1 min
10


ମୁରଲୀ ସ୍ଵନ ରେ ଯେବେ ଗୁଞ୍ଜରିତ

କୁଞ୍ଜବନ ରାସ ଦୋଳି

ଚିତ୍ତ ଚୋରି ହେଲା ଗୋପାଙ୍ଗନାଙ୍କର 

ପ୍ରେମ ଉଠିଲା ଉଛୁଳି

କି କୁହୁକ ଥିଲା ମୁରଲୀ ସ୍ୱନ ରେ

ଗୋପ ବାଳୀ ହେଲେ ମେଳି

ସବୁ ଭୁଲି ରାଧା ମୁରଲୀଧାରୀ ଙ୍କୁ 

ଦିବା ନିଶି ହେଲେ ଭାଳି

ଯେଉଁ ହାତେ ଧରି ମୁରଲୀ ବଜାଇ

ଜିଣି ହେଲା ଗୋପୀ ମନ

ସେ' ହାତରେ ଦିନେ ଗୋବର୍ଦ୍ଧନ ଟେକି

ରକ୍ଷା ହେଲା ଗୋପୀ ପ୍ରାଣ

ମୁରଲୀ ଧାରୀ ରୁ ଗୋବର୍ଦ୍ଧନ ଧାରୀ 

ଜାଣିଲା ଗୋପ ନଗରୀ

ମନ ମୋହି ପୁଣି ଗର୍ବ ଖର୍ବ କରି

ପ୍ରିୟ ହୋଇଲେ ସବୁରି


ଗୋପପୁର ଭୁଲି ରହିଲେ କେଉଁଠି

ଶୁଭୁନି ମୁରଲୀ ସ୍ୱନ

ପ୍ରାୟ ନୀରବତା ଖେଳେ ଗୋପ ପୁରେ

ବାହୁନେ ରାଧାର ପ୍ରାଣ

ଯମୁନା ଘାଟରେ ଅବା କୁଞ୍ଜ ବନେ

ନାହିଁ ସେ ମୁରଲୀ ଧାରୀ

ନନ୍ଦ ଉଆସରେ ନାହିଁ କୋଳାହଳ

ଗୋପପୁର ହତଶିରି


ସୁଦର୍ଶନ ଧରି ଦୁଷ୍ଟଙ୍କୁ ସଂହାରି

ଉଦ୍ଧରି ଧରଣୀ ଭାର

ଧର୍ମ ରକ୍ଷା ଅର୍ଥେ ଦେଇ ଦିବ୍ୟ ଜ୍ଞାନ

ଗୀତା କରିଲେ ପ୍ରଚାର

ଜପ ତପ ଧ୍ୟାନ ସହ ମୁନି ୠଷି 

ମୁରଲୀ ଧାରୀ ଙ୍କୁ ଚିନ୍ତି

ସେହି ଦିବ୍ୟ ରୂପ ଦେଖି ବାକୁ ଥରେ

ଧ୍ୟାନେ ମଗ୍ନ ଦିନ ରାତି

ହେ ମୁରଲୀ ଧାରୀ କେତେ ରୂପ ଧରି

କଲ କେତେ ଖେଳା ଲୀଳା

କଳି କାଳ ଜାଣି ହେଲ ଦାରୁ ମୂର୍ତ୍ତି 

ମୁହଁରେ ବୋଳିଛ କଳା

ଆଲିଙ୍ଗନ ମୁଦ୍ରା ସହିତରେ ରାଧା

ମୁରଲୀ ଧାରୀ ଙ୍କୁ ଘେରି

କଳା ଶ୍ରୀମୁଖ ଦେଖୁ ଅଛି ଭକ୍ତ

ରହସ୍ୟ ଅଟେ ଭିତିରି

ହେ ମୁରଲୀ ଧାରୀ ଭକ୍ତଙ୍କ ହିତରେ

ବାଜି ଉଠୁ ସେ ମୁରଲୀ

ମୁରଲୀ ସ୍ୱନ ରେ ମନ ଯାଉ ମୋହି

ଶ୍ରୀ ଚରଣେ ଏହି ଅଳି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract