STORYMIRROR

Mishra Manasi

Children

3  

Mishra Manasi

Children

ମୁନା ଆଉ ବାଇଚଢ଼େଇ

ମୁନା ଆଉ ବାଇଚଢ଼େଇ

1 min
201


ବIଇ ଚଢେଇରେ ବାଇ ଚଢେଇ

ତୋ ମାଆ ଯାଇଛି ଆହାର ପାଇଁ

ଆଣିବ ତୋ ପାଇଁ ଗଛରୁ ତୋଳି

କଣ୍ଟେଇ, କାଆଁର, ଭଇଁଚି କୋଳି

ନାନା ଜାତି ନାଲି ପାଚିଲା ଫଳ

ଲିଚୁ, ଜାମୁ, ମିଠାପିଜୁଳି, ବର

କୁନି ଥଣ୍ଟରେ ତୁ ଖାଇବୁ ନେଇ

ଖୁସିରେ ବସାରେ ପଡ଼ିବୁ ଶୋଇ

ବାଇ ଚଢେଇରେ ବାଇ ଚଢେଇ ।1


ଉଚ୍ଚ ତାଳଗଛେ ତୋହରି ଘର

ପାଣି ପବନକୁ ନାହିଁରେ ଡର

ତୋ ବସା ଖେଳୁଛି ଆକାଶେ ଦୋଳି

ପବନ ସାଥିରେ ହୋଇଛି ମେଳି

ଦୂର ଆକାଶକୁ ତା ସାଥେ ଯିବୁ

ଜହ୍ନ ରାଇଜକୁ ଛୁଇଁ ଆସିବୁ

ପରୀରାଣୀ ଆଉ ତାରାଙ୍କ କଥା

ମୋ କାନେ କହିବୁ ସେ ସବୁ କଥା

ଶୁଣି ତୋହଠାରୁ ହରଷ ହୋଇ

ବୋଉ କୋଳେ ନିଦେ ପଡିବି ଶୋଇ

ବାଇ ଚଢେଇରେ ବାଇ ଚଢେଇ ।2 


କୁନି ପକ୍ଷୀଟିଏ ବୁଦ୍ଧି ସରସା

କି କଳା କୌଶଳେ ଗଢିଛୁ ବସା

ପ୍ରକୃତି ରୁଷେନି ତୋ ଉପରେ

ନିଜ ଇଚ୍ଛା ମତେ ରହୁ ଖୁସିରେ

ମନ ହୁଏ ବ୍ୟୋମଯାନରେ ଚଢି

ତୋ ସାଥେ ବଉଦେ ଯାଆନ୍ତି ଉଡି

ଦେଖନ୍ତି ମୋ ଗାଆଁ ନଦୀ ପାହାଡ

ପଡ଼ିଆ, ଝରଣା, ଜଙ୍ଗଲ ଝାଡ଼

ଥାଆନ୍ତା କି କୁନି ଡେଣା ମୋ ଦୁଇ

ଖୁସିରେ ଉଡନ୍ତି ତୋପରି ମୁଇଁ

ବାଇ ଚଢେଇରେ ବାଇ ଚଢେଇ

ତୋ ମାଆ ଯାଇଛି ଆହାର ପାଇଁ ।3।



Rate this content
Log in

Similar oriya poem from Children