STORYMIRROR

Ghanashyam Biswal

Abstract

3  

Ghanashyam Biswal

Abstract

ମୁଁ

ମୁଁ

1 min
200

ମୁଁ ତ ସବୁ ଜାଣିଛି

ସୂର୍ଯ୍ୟ ର ଉତ୍ପତ୍ତି ଆଉ

ଶହେଟି ପୃଥିବି ଧ୍ୱଂସ ହେବାର ବି ଦେଖିଛି

ମରୁଭୂମିରେ ହେଇଥିବା ଶେଷ ବନ୍ୟାର ତାଣ୍ଡବ

ଆଉ ପ୍ରଶାନ୍ତ ମହାସାଗରର ଶୋଷିଲା ମାଛମାନଙ୍କୁ ବି ଦେଖିଛି

କିଏ କହେ ଆକାଶରେ ଚାଷହୁଏନି ଯେ

କିଏ କହେ ପାତାଳପୁରକୁ ରାସ୍ତା ନାହିଁ

ସରଗଠାରୁ ନରକ ତ ବହୁତ କମ ବାଟ

ହାତୀମାନେ ଚାହିଁଲେ ଆକାଶରେ ବି ଉଡିପାରନ୍ତି

ଖାଲି କେହି ଦେଖିପାରନ୍ତିନି

କୁକୁର ବିଲେଇ ପୂର୍ବଜନ୍ମରେ ଥିଲେ ମହାମାନବ

ଖୋଜିଲେ ନିଶ୍ଚୟ ପ୍ରମାଣ ମିଳିବ


ମୁଁ ତ ସବୁ ଜାଣିଛି

ଆକାଶର ଜହ୍ନ ଆଉ ତାରାମାନେ କଳିକଜିଆ ବି କରନ୍ତି

ରାତିରେ ଫୁଲମାନେ ଚରି ବୁଲନ୍ତି

ମୁଁ ତ ସବୁ ଜାଣିଛି

ମଣିଷ କୁ ସରଗ ଯିବାର ବି ଦେଖିଛି

ଆଉ ବାଟ ବି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract