STORYMIRROR

DEEPALI JENA

Drama Romance Action

3  

DEEPALI JENA

Drama Romance Action

ମୁଁ ଯେବେ ଯିବି

ମୁଁ ଯେବେ ଯିବି

1 min
101

ମୁଁ ଯେବେ ଯିବି 

ଖୋଲିଦବ ତୁମ ଦୁଆର 

ଅରୁଆ ମୁଠାଏ ଗୋଡରେ ଆଡେଇ 

ଅଳତା ଚିନ୍ହ ତମ ଚଟାଣକୁ କରି 

ଠୁକୁଠୁକୁ ହେଇ ଡେଇଁବି ତୁମ ଏରୁଣ୍ଡି ବନ୍ଧ 

ନାଲିଟୁକୁଟୁକୁ ସାଧବ ବୋହୁ ର ହସେ

ତମକୁ ଦେଖି ଲାଜରେ ମୋ ଓଢଣା ଯାଉଥିବ ଖସି

ଥଟ୍ଟା କରିବନି 

ବାଗେଇ ନବ ମତେ 

ସଜାଡି ଦବ ତମ ସୋ କେସ୍ ର କଣ୍ଢେଇ ପରି 

ଅଲଣା ହେଲେ ଲୁଣ ଛିଞ୍ଚି ଖାଇନବ

ଲୁଣିଆ ହେଲେ ଆପେ ଚଳେଇ ନବ

କମ୍ ଭଲପାଅ ପଛେ ସବୁଦିନ ଭଲପାଉଥିବ

ବାପଘର କଥା କହି କେବେ ଗନ୍ଜଣା ନ ଦବ ।



Rate this content
Log in

Similar oriya poem from Drama