STORYMIRROR

Bijaya Panda

Inspirational

2  

Bijaya Panda

Inspirational

ଶେଷ ସନ୍ତକ

ଶେଷ ସନ୍ତକ

2 mins
337

ଜୀବନ ସବୁବେଳେ ଫୁଲ ତୋଡ଼ା ଦେଇ

ସ୍ୱାଗତ କରେନି

ନିଜର ପ୍ରାପ୍ୟ ନିଜ ପାଖକୁ ନିଜେ ଚାଲି ଆସେନି

ବରଂ ତା ପାଇଁ ନିଷ୍ଠାର ସହ ପରିଶ୍ରମ, ସାଧନା ଜରୁରୀ

ସେମିତି ଏକ ନିଛକ ସତ କଥାଟିଏ

ଚାଲନ୍ତୁ ନେଇଯିବି ଏକ ସ୍ମୃତିର ଆଢୁଆଳେ


ଉଚ୍ଚଶିକ୍ଷା ପାଇଁ ସମସ୍ତଙ୍କ ଭାଗ୍ୟ ନଥାଏ

ଭାଗ୍ୟର ବିଡ଼ମ୍ବନାରେ କାହାକୁ ନିଜ ବସ୍ତାନି

ସବୁଦିନ ପାଇଁ ବାନ୍ଧିରଖିଦେବାକୁ ହୁଏ

କାହାକୁ ସେସବୁ କଲରା ପରି ପିତା ଲାଗେ

କିଏ ଏତେ ପଢ଼ିବ ଯେ, ମୁଣ୍ଡ ବଥା


କିଏ ନିଜର ସବୁ କିଛି ବାଜି ଲଗେଇଦେଇ

ଆଗକୁ ବଢିବାପାଇଁ ସ୍ୱପ୍ନ ଦେଖେ


ବୈଷୟିକ ଶିକ୍ଷା ପାଇଁ ନିଜ ଶେଷ ସନ୍ତକ

ଭିଟା ମାଟି ଖଣ୍ଡକ ବନ୍ଧା ପକେଇ

ପାଠ ପଢ଼ିବାକୁ ବାହାରିଲି

ଜ୍ଞାତି କୁଟୁମ୍ବ ସାହସ ଦେବା ଜାଗାରେ

ଗୋଡ଼ ଟାଣିଲା ଭଳି ଡରେଇଲେ

ଭିଟା ମାଟି ଖଣ୍ଡକ ବିକ୍ରି ହେଇଯିବ

ମୁଣ୍ଡ ଉପରେ ଦୁଇ ଝିଅ

ସେ ପାଠ ପଢ଼ି ହେବ କଣ?

ଏତେ ଯାଏଁ ପଢ଼ିଲା, ଦୋକାନଟେ କରି ବସୁ

ଭଲ ହିସାବ କିତାବ କରିବ, ବ୍ୟବସାୟ କରିବ

ଦି ପଇସା ଆଣିଲେ ଘର ଚଳିବ


କିନ୍ତୁ ଜିଦ୍ଦି ଥିଲା ପାଠ ପଢିବା ଆଉ

ଜମି ବନ୍ଧକ ଗୋଟେ ସମୟର ଖିଅ

ପାଞ୍ଚ ବରଷ ପରେ ଦୁଇଗୁଣା କିଣିଦେବି ବା

ଯୁବା ବୟସ, କଣ ମାନେ କଣ କରିଯିବାର ଝୁଙ୍କ

ବହିରେ ପଢ଼ିଛି ମନଟା ଯାହାର ଚାଙ୍ଗା

ତା ଗୋବର ଗାଡ଼ିଆ ଗଙ୍ଗା

ଯାର ମନ ଯେମିତି ତାର ପ୍ରଭୁ ସେମିତି


ଵାପା ହଁ ଭରିଲେ, ଛାତିକୁ ଟାଣ କରି କହିଲେ

ପଢ଼େ, ଜମି ଜମି ବାଡ଼ି ହଜିଗଲେ ବି ତୁ କିଣି ଦେବୁନି

ମନେ ମନେ ଭାବିଲି ହଜିବ କାହିଁକି ଯେ

ବରଂ ଦୁଇ ଗୁଣ ହେବ


ବରଷ ତିନିଟା ବିତିଗଲା

ନିଜର ଶେଷ ସନ୍ତକଟିକ ବନ୍ଧକ ପକେଇ

ଆ ତା ଘରେ ଟ୍ୟୁସନ କରି ପାଠ ପଢ଼ିବାର ନିଶା

କିଛୁ ଅଲଗା , ନୁହେଁକି !

ଯିଏ ସେକାମ କରିଛି ସେ ଜାଣିଛି


ସମୟ ଗଡ଼ିଲା, ବୟସ ବି, ବେତନ ବି

ବାପାଙ୍କ ଜମି ତାଙ୍କ ପାଖରେ ସୁସ୍ୱରକ୍ଷିତ ହେଲା

ମାଟି କାନ୍ଥ ବି ପକ୍କା ହେଲା, ଛପର ଛାତ ହେଲା

ମୋଟା ମୋଟି ଭାବେ ଭଗବାନ ସହାୟ ହେଲେ

ସମୟ ବଦଳାଇ ଦେଲେ

ବାପା ତାଙ୍କ ଭୂମିକା ଆଉ ମୁଁ ମୋର

ନିଭେଇଥିଲୁ ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟାରେ

ବାସ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଛାତିରେ ଛାତିଏ ସାହସ

ସରୁନଥିବା ରାସ୍ତା ଚାଲିବାର ଧର୍ଯ୍ୟ

ଏତକ ଥିଲା ପୁଞ୍ଜି ଏଇ ଯାତ୍ରାରେ

ଫଳ କିଛି ବଡ଼ ନୁହେଁ ବାପାଙ୍କ ସ୍ୱପ୍ନ

ଆଉ ନିଜର ସ୍ୱପ୍ନକୁ ନିଜର କରିବାର ପରିଣତି

ଟିକେ ଖୁସି, ଓଠରେ ହସ ଆଉ ଟିକେ ବୃଦ୍ଧାବସ୍ଥାରେ

ସାହାରା ହେବାର ଆସ୍ୱସ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational