STORYMIRROR

Ramani Kanta Sahu

Inspirational

4  

Ramani Kanta Sahu

Inspirational

ମୁଁ ଯଦି ମୁଁ ହୋଇ ନ ଥାନ୍ତି

ମୁଁ ଯଦି ମୁଁ ହୋଇ ନ ଥାନ୍ତି

1 min
212


ମୁଁ ଯଦି ମୁଁ ହୋଇ ନ ଥାନ୍ତି

ନିଶ୍ଚିତ ଭାବେ ମୁଁ ଅନ୍ୟ କିଏ ହୋଇ ଥାନ୍ତି

ମୁଁ ବି ଚର୍ଚା ରେ ଥାଆନ୍ତି ସେମାନଙ୍କ ପରି

ମୁଁ ଯଦି ସେମାନଙ୍କ ମଧ୍ଯରୁ ଜଣେ ହୋଇଥାନ୍ତି । 


ମୋର ବି ଚର୍ଚା ହେଉ ଥାଆନ୍ତା 

ମୋର ବ୍ଯାଙ୍କ୍ ବ୍ଯାଲାନ୍ ସ୍ ବିଷୟରେ, 

ଦାମୀ ଗାଡି ବିଷୟରେ, ସୁନାଗହଣା ବିଷୟରେ, 

ଫ୍ଲାଟ୍ ବିଷୟରେ, ଫାର୍ମ ହାଉସ୍ ବିଷୟରେ

କାହିଁକିନା

ମୁଁ ବି ସେମାନଙ୍କ ମଧ୍ଯରୁ ଜଣେ ହୋଇ ଥାନ୍ତି। 


ସେମାନଙ୍କ ପାଖରେ ତ ସବୁକିଛି ଅଛି

ଅମାପ ଧନ ସଂପତ୍ତି, ସବୁ ପ୍ରକାର ସୁଖ ସ୍ବାଚ୍ଛ୍ଯନ୍ଦ

ହେଲେ, ସେମାନଙ୍କ ପାଖରେ ଶାନ୍ତି ଅଛି ତ?? 


ସେକଥା ମୁଁ ଜାଣେନା

ମୁଁ ତ ଖାଲି ଏତିକି ଜାଣିଛି

ପ୍ରଜାପତି କୁ ଧରିବାକୁ ହେଲେ 

ପ୍ରଜାପତି ମାନଙ୍କ ପଛରେ ଦୌଡ଼ିବା ଦରକାର ନାହିଁ

ଫୁଲଗଛ ଟିଏ ଲଗେଇ, ଯତ୍ନନେଲେ 

ଫୁଲ ଫୁଟିବ, ଆଉ ପ୍ରଜାପତି ଆପେ ଆପେ ଆସି ବସିବ। 


ମୁଁ ଭାବୁଛି

ମୁଁ ସେମାନଙ୍କ କଥା ନ ଭାବି

ମୁଁ, ମୁଁ ହିଁ ରହିବା ଭଲ । 


Rate this content
Log in

Similar oriya poem from Inspirational