STORYMIRROR

Dharmaraj Majhi

Abstract

3  

Dharmaraj Majhi

Abstract

ମୁଁ, ତୁମେ ଆଉ ଆମ ପ୍ରେମ

ମୁଁ, ତୁମେ ଆଉ ଆମ ପ୍ରେମ

1 min
163


ଦ୍ଵି ପ୍ରହରର ଝାଞ୍ଜି,

ନା ତମେ, 

ଶିଶିର ସ୍ନାକ୍ତ ସକାଳର ଶୀତଳତା,

ମୁଖରିତ ସଂଜ ସକାଳ,

ନା ତମେ ,

ଉଦାସୀ ରାତିର ନିରନ୍ଧ୍ର ନିରବତା !!

ପୁନେଇ ରାତିରେ ତାରାଙ୍କ ରୋଷଣୀ ,

ନା ତମେ ,

ଉଆସ ରାତିର ନିସଂଗତା  !! 


ଆବେଗରେ ମୋର,

ସଞ୍ଚୁଥାଅ ଅପୋସରା ଅଭୁଲା କଥା,

ନା ମୁକୁଳାଉଥାଅ ବେଦନା ଆଉ ବ୍ୟଥା

ନା ବଖାଣୁଥାଅ ଆମ ପ୍ରେମର ଗାଥା !!


ଶୂନ୍ୟତା..!!

ଚାରିଆଡ଼େ ଖାଁ ଖାଁ, 

ମୁକ କଲମରେ

ଅପବାଦର କାଳି

ତୁମେ କଣ ଲେଖିଵାକୁ ଚାହଁ?? 

ପୂର୍ଣ୍ଣତାର ଗଜଲ୍,

ନା ଚାହୁଛ , 

ଆଉ ଏକ ତାଜମହଲ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract