STORYMIRROR

Dr.Sashi Bhushan Mohapatra

Romance

2  

Dr.Sashi Bhushan Mohapatra

Romance

ମୁଁ ତୁମ ଆକାଶର ଜହ୍ନ

ମୁଁ ତୁମ ଆକାଶର ଜହ୍ନ

1 min
2.8K

ମୁଁ ଆସିଛି

ଇନ୍ଦ୍ରଧନୁ ହୋଇ

ତୁମ ଜୀବନକୁ କରିବାକୁ ବର୍ଣ୍ଣମୟ

ବର୍ଷା ମୁଁ ଆଣିଛି

ଧୋଇବାକୁ ତୁମ ପାଦତଳ,

ଅନ୍ଧାର ବାଟବଣା କରିବନି

ମୁଁ ଜଳୁଛି

ଜୀବନକୁ ଦିକ ଦିକ ଜାଳି

ତୁମ ରାସ୍ତା କରିବାକୁ ଆଲୋକିତ


ରାତି ତ ଅନ୍ଧାର ବୋଲି

ମୁଁ ତୁମ ଆକାଶର ଜହ୍ନ,

ଜହ୍ନ ବୋଲି

ତୁମେ ଗୋଟେ କଇଁ ଫୁଲ,

ଫୁଲଟିଏ ପରି ଫୁଟିଛ ବୋଲି

ସଂସାର କରୁଛି ତୁମ ମୂଲ

ମୂଲ ଟିକେ ଦେବାପାଇଁ

ଆମ ପ୍ରଥମ ପ୍ରେମର,

ରକ୍ତ ଟୋପେ ଢାଳିଦେବି

ତୁମ ପାଦେ ହେବାକୁ ଅଳତାର ଗାର


ମୋର ଯଦି କିଛି ଅଛି

ହୋଇଯାଉ ତୁମର,

ମୋ ଆଖି ପାଲଟିଯାଉ

ମେଘର ଆକାଶ,

ଲୁହସବୁ ନଈ ହୋଇ ବହିଆସୁ

ଧୋଇବାକୁ ତୁମରି ପଣତ

ତୁମଠାରୁ ମୋର କିଛି ଲୋଡ଼ା ନାହିଁ

ଲୋଡ଼ା ଅଛି ତୁମରି ଅନ୍ଧାର,

ଏକା ଏକା ତୁମେ କାହିଁ

ସବୁ ଅପବାଦ ସହୁଛ

ଗରଳ ପିଉଛ,

ମୁଁ ଅଛି ତୁମ ପାଖେ

ନୀଳକଣ୍ଠ ସାଜି 

ପିଇବାକୁ ଯେତେ ହଳାହଳ ବିଷ

ଦର୍କାର ହେଲେ ଦେଇଦେବି

ମୃତ୍ୟୁ ହାତେ ଜୀବନକୁ ମୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance