STORYMIRROR

Mahesweta Panigrahi

Inspirational

3  

Mahesweta Panigrahi

Inspirational

ମୁଁ ତଟିନୀ ଟିଏ

ମୁଁ ତଟିନୀ ଟିଏ

1 min
155


କଳ କଳ ନାଦେ ଛଳ ଛଳ ପାଦେ

ବୋହିଯାଏ ମୁଁ ତଟିନୀ ଟିଏ,

ରହିବାକୁ ନାହିଁ ତର ଟିକେ ମୋତେ

ଛମ୍ ଛମ୍ ନାଚି ରାଗିଣୀ ଗାଏ।


ତଟେ ଥାଏ ମୋର ଯେତେ ବିଲ ବାଡ

ଜୀବନ ଦିଏ ମୁଁ ଜଳ ଯୋଗାଇ,

ଭରି ଉଠେ ଫୁଲ ଫଳେ ଏ ଧରଣୀ

ଦେଖି ଦେଲେ ତାଙ୍କୁ ହସି ଉଠଇ।


ନିର୍ମଳ ମୋର ଜଳରାଶି ଧୋଏ

ଯେତେକ ଥାଏ ଅଳିଆ ଥାଟି,

ଧୋଇ ଧାଇ ସବୁ ଶୁଦ୍ଧ କରିବାକୁ

ପାହାଡ ରୁ ଛୁଇଁ ଥାଏ ମୁଁ ମାଟି।


ନଥାଏ ମୋ ଠି ପାତର ଅନ୍ତର

ବଡ଼ ସାନ ଭେଦ ଭାବ,

ଶୁଦ୍ଧ କ୍ରିୟା ଠାରୁ ବାଡ଼ୁଅ ପାଣି ରେ

ଆବଶ୍ୟକ ମୋର ଥିବ।


ଗ୍ରୀଷ୍ମ ଋତୁ ର ପ୍ରଖର ଖରା ରେ

ଶୁଖିଯାଏ ଜଳ ରାଶି,

ଛୋଟ ହୋଇ ଯାଏ କଳେବର ମୋର

ଖରା ନିଏ ପାଣି ଶୋଷି।


ପୁରି ଉଠେ ଜଳ ହୁଏ ଢଳ ଢଳ

ବରଷା ଯେବେ ହୁଏ,

ନବ ଯୌବନ ପରିପୂର୍ଣ୍ଣ କରେ

ଉଛୁଳେ ପାଣି ମୋ ଦେହେ।


ଭାରି ବରଷା ରେ ବିଭୀଷିକା ରଚେ

ଦୁଇ କୂଳ ମାଡି ଖାଇ,

ଧନ ଜନ ସବୁ ଭସାଇ ନିଏ ମୁଁ

ବନ୍ୟା ନାମ ଟି ପାଇ।


ପାହାଡ ରୁ ଜାତ ସାଗର ରେ ଅନ୍ତ

ପ୍ରାଣ ମୋର ଜଳ ସ୍ରୋତ,

ନିଷ୍ଠାପର ସେବା ଜଗତ କୁ ଦେବା

ଅଟଇ ମୋର ମହତ।


ପ୍ରେମ ପ୍ରେୟସୀ ତୁମ ପାଇଁ ମୁଁ ଯେ

ନଦୀ, ସରିତା ମୁଁ ତଟିନୀ,

ଜଳ ହିଁ ଜୀବନ ନାହିଁ ତହୁଁ ଆନ

ଏକା ମୁହିଁ ପ୍ରାଣ ଦାୟିନୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational