STORYMIRROR

Binata Mohanta

Romance Fantasy

4  

Binata Mohanta

Romance Fantasy

ମୁଁ ତମ ଶ୍ରାବଣୀ

ମୁଁ ତମ ଶ୍ରାବଣୀ

1 min
380

 ନୂଆ ଶାଢ଼ୀ ପିନ୍ଧା ତରୁଣୀଟିଏ ମୁଁ

 ଯୌବନର ଅଙ୍ଗରେଖା ମୋ ଦେହେ ଫୁଟିଛି

 ତମ ରୂପରେଖରେ ଆକର୍ଷିତ ହୋଇ ମୁଁ

 ପ୍ରେମର ରଙ୍ଗରେ ରଙ୍ଗେଇ ଯାଇଛି ।


 ମନରେ ଖେଳୁଛି ଉଚ୍ଛୃଙ୍ଖଳତାର ଉଚ୍ଛ୍ଵାସ

 ଅଙ୍ଗଲତା ମୋର କରୁଛି ସମ୍ମୋହନର ପ୍ରୟାସ

 ରୂପବତୀ କନ୍ୟା,ଅଟେ ମୁଁ ସ୍ଥୁଳାଙ୍ଗୀ

 ଅପେକ୍ଷିତ ବେଦନାରେ ହେଉଛି କ୍ଷୀଣାଙ୍ଗୀ । 


 ସନ୍ଧ୍ୟାର ପ୍ରଦୀପ ଭଳି ମୋ ରୂପଶିଖା

 ପ୍ରିୟତମ ମୋତେ ପାରିବକି କରି ଅଣଦେଖା

 ଦୁଇ ବାହୁ ଖୋଲି ପ୍ରେୟସୀ କରୁଛି ଆଲିଙ୍ଗନ

 ପ୍ରେମଜ୍ୱାଳାରେ ଖେଳୁଛି ଶୀତଳତାର ଶିହରଣ । 


 ଦାମ୍ପତ୍ୟ ଜୀବନେ ଅପୂର୍ବ ରୋମାଞ୍ଚକ ଜାଗ୍ରତ

 ଲଜ୍ୟା ଭରା ନୟନ ସଂକୋଚରେ ନତ  

 ଅର୍ପଣ କଲି ସମସ୍ତ ଦେହ ମନର ସଂଯମ

 ଓଠୋର ଉଷ୍ଣ ସ୍ପର୍ଶରେ କରିଲ ଗ୍ରହଣ  ।


 ହୃଦୟ କନ୍ଦରେ ପ୍ରବେଶିଲ ଅଜ୍ଞାତରେ

 ବିବାହ ପରେ ବିଦା ହୋଇ ଆସିବାରକ୍ଷଣୀ

 ପ୍ରଚଣ୍ଡ ମେଘ ବୃଷ୍ଟି ସହ ପାଛୋଟି ଆଣିଲ ପୁଣି

 ପ୍ରେମର ବାଣୀରେ ନାମିତ କଲ ମୋତେ ଶ୍ରାବଣୀ ।



Rate this content
Log in

Similar oriya poem from Romance