ମୁଁ ତ ନୁହେଁ ଏକା ଏଠି
ମୁଁ ତ ନୁହେଁ ଏକା ଏଠି
ମୁଁ ତ ନୁହେଁ ଏକା ଏଠି
କହିବାକୁ ସତ
ମୁଁ ତ ଏକା ଏଠି
ମାଗିବାକୁ ଭାତ ।
ମୁଁ ତ ନୁହେଁ ଏକା ଏଠି
କହିବାକୁ ସ୍ଵାଧୀନ ମୋ ଭାରତ
ମୁଁ ତ ଏକା ଏଠି
ରଖିବାକୁ ମଣିଷ ଜାତିର ମାନ ଓ ମହତ୍ତ୍ଵ ।
ମୁଁ ତ ନୁହେଁ ଏକା ଏଠି
ମୋ ଦେଶକୁ ଗଢ଼ିବାକୁ ରାମ ରାଇଜ
ଅନେକ ନେତା ଅନେକ ବୁଦ୍ଧିଜୀବି
ଏ ପାଇଁ ହୁଅନ୍ତି ଶତ ପ୍ରତିଶତ ଚିନ୍ତିତ ।
ମୁଁ ତ ନୁହେଁ ଏକା ଏଠି
ଯୋଗେଇବାକୁ କର୍ମ
ଯୁବକ, କୃଷକ, ଶ୍ରମିକ
ସମସ୍ତେ ବେକାର ଆଜି
ସମସ୍ତେ ଭୁଲିଛନ୍ତି ତାଙ୍କ ଧର୍ମ
ବାପୁର ଦେଶ ଏହି
ସୁବାଷ ର ଦେଶ
କି ପାଇଁ ହଜିଛି ଆଜି
ସଭିଙ୍କ ମୁଖୁ ହସ
ସ୍ଵାଧୀନତା ର ପଞ୍ଚସ୍ତରୀ ବର୍ଷ ପରେ
ଏ ଦେଶ ଏ ଦେଶ ମଣିଷ
ନିଜକୁ ମଣନ୍ତି କାହିଁକି ପରାଧୀନ
ଅମୃତ ମହୋତ୍ସବ ପାଳି
ନେତା ମନ୍ତ୍ରୀ ଗଣ ନିଜକୁ ମଣନ୍ତି ଧନ୍ୟ
ଜାତୀୟ ପତାକା ଉଡାଇଲେ ଘରେ ଘରେ
ହେବେ କି ଲୋକ ଆମ ସ୍ଵାଧୀନ
ଯୁବକ କୃଷକ ଶ୍ରମିକ
ପାଇବେ କି କର୍ମ ସଂସ୍ଥାନ ?
ମୁଁ ତ ନୁହେଁ ଏକା ଏଠି
ପଚାରଇ ଏ ସବୁ ପ୍ରଶ୍ନ
କୋଟି କୋଟି ଜନ ଗଣ
କରନ୍ତି ଏ ସବୁ ପ୍ରଶ୍ନ ଉତ୍ଥାପନ
ହଟିଛି କି ଏ ଦେଶୁ ଦାରିଦ୍ର୍ୟତା
ହଟିଛି କି ଏ ଦେଶୁ ନିରକ୍ଷରତା
ହଟିଛି କି ଏ ଦେଶୁ ବଧୂ ନିର୍ଯ୍ୟାତନା
ହଟିଛି କି ଏ ଦେଶୁ ଧର୍ଷଣ,
ଶୋଷଣ, ଲୁଣ୍ଠନ ଓ ଗରିବର ଲାଞ୍ଛନା ?
ମୁଁ ତ ନୁହେଁ ଏକା ଏଠି
କହିବାକୁ ଦେଶ ପ୍ରୀତି
ଛାତ୍ର ଯୁବକ ସଂଗଠିତ ହୋଇ
ହଟାଅ ଏ ଦେଶୁ ବେକାରୀ ର ଭୀତି
ଦେଶ ହେଉ ସୁସ୍ଥ
ଜନ ଗଣ ହୁଅନ୍ତୁ ରୋଗ ଶୋକୁ ମୁକ୍ତ
ଗଢ଼ିବାକୁ ଚେଷ୍ଟା କର
ମୋ ଦେଶ ସୁନାର ଭାରତ ।
ମୁଁ ତ ନୁହେଁ ଏକା ଏଠି
ଗଢ଼ିବାକୁ ଦୁର୍ନୀତି ମୁକ୍ତ ଭାରତ
ଜନଗଣ ନିଅ ଭାଇ ଶପଥ
ଭ୍ରାତୃ ପ୍ରେମେ ଗଢିବା ଆସ
ଆମ ଏ ସ୍ଵଚ୍ଛ ଭାରତ
ଜାତୀୟ ଏକତା ଓ ଜାତୀୟ ପତାକାକୁ
ସମ୍ମାନ ଦେଇ ଗଢି ଆସ
ଆମ ଏ ସୁନାର ଭାରତ
ସ୍ଵାଧୀନତା ର ରଖିବା ମାନ ମହତ୍ତ୍ଵ
ସ୍ଵାଧୀନ ବୋଲି କହି ହେବା କୃତ୍ୟ କୃତ୍ୟ ।
