Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bharatabandhu Biswal

Inspirational

3  

Bharatabandhu Biswal

Inspirational

ମୁଁ ତ ଜାଣିନି ପୂଜାର ମନ୍ତର

ମୁଁ ତ ଜାଣିନି ପୂଜାର ମନ୍ତର

1 min
312



ମୁଁ ତ ଜାଣିନି   ପୂଜାର ମନ୍ତର

    ଅରଚନା ପୂଜାବିଧି

ହେ ଜଗନ୍ନାଥ   କାଳିଆ ଠାକୁର

    ଜଣାଉଛି ହାତଯୋଡି ।


ତୁମରି ଭିଆଣ  ଏ ସାରା ଜଗତ

    ନିମିତ୍ତ ମାତ୍ରକ ମୁହିଁ

ଘନ ଅନ୍ଧକାରେ  ଦିଗହରା ମୁଁ ଯେ

   ପଥ ଖୋଜି ପାଏ ନାହିଁ

ହୁଅନ୍ତୁ ସଦୟ   ପ୍ରଭୁ ଆଦିମୂଳ

   ନ ଯାଏ ମୁଁ ପଥ ହୁଡ଼ି ।

ହେ ଜଗନ୍ନାଥ------


ଏ ଭବ ସଂସାରେ  ତୁମେ ମହାପ୍ରଭୁ

    ମୁକ୍ତି ମୋକ୍ଷ ପ୍ରଦାୟକ

ତୁମ କୃପା ବଳେ  ପଙ୍ଗୁ ଲଙ୍ଘେ ଗିରି

     ଜୀବନ ହୁଏ ସାର୍ଥକ

ଶତ ଝଡ଼ ଝଞ୍ଜା   ବାଧା ବିଘ୍ନେ ପ୍ରଭୁ

    ନାମ ହେଉ ଜପାମାଳୀ ।

ହେ ଜଗନ୍ନାଥ----


ତୁମେ ବର୍ତ୍ତମାନ   ଅତୀତ ଅନନ୍ତ

    ତୁମେ ନାଥ ଭବିଷ୍ୟତ

କୋଟି ସୂର୍ଯ୍ୟପ୍ରଭ  ପରମ କାରଣ

     ଜୀବନ ଶକତି ଉତ୍ସ

ନାଶ ଅନ୍ଧକାର  ପ୍ରକାଶ ପ୍ରଭୁ ହେ

    ଅମୃତ ବିଭୂତି ଜ୍ୟୋତି ।

ହେ ଜଗନ୍ନାଥ-----

  ---


Rate this content
Log in