STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ମୁଁ ଶ୍ରେଷ୍ଠ ସୃଷ୍ଟି

ମୁଁ ଶ୍ରେଷ୍ଠ ସୃଷ୍ଟି

1 min
159

ତୁମେ ହିଁ ଈଶ୍ୱର ତୁମେ ହିଁ ଯୀଶୁ 

ତୁମେ ଏକ ଆଉ ଅଦ୍ୱିତୀୟ

କେହି କେବେ ପଚାରିଲେ ମୋତେ 

କହେ ଶ୍ରେଷ୍ଠ ଅଟେ ମାେ ପରିଚୟ।


ସ୍ରଷ୍ଟାଙ୍କ ର ମୁଁ ଶ୍ରେଷ୍ଠ ସୃଷ୍ଟି 

ମାନବ ମାେ ଉପନାମ

ଇଶ ପାଦ ତଳେ ନତ ମଥା 

ରହିଥାଉ ସାରା ଜନ୍ମ।


ହସ ଧାରେ କାହିଁ ଦେଖି ଦେଲେ 

ଶାନ୍ତି ପାଏ ମୋର ଏ ହୃଦୟ

ସଂସାରେ ସମ୍ପର୍କ ର ସୂର୍ଯ୍ୟ 

ପ୍ରତି ପ୍ରାତେ ପ୍ରତି ପ୍ରାନ୍ତେ ଯେ ଉଦୟ।


ଆଶୀର୍ବାଦ ଭରା ଅନ୍ୟ କାହା ହାତ 

ଉଠେ ଯେବେ ମଥାପରେ

ଝରି ଯାଏ ଆନନ୍ଦାଶ୍ରୁ ମୋର

ଆଖି କୋଣୁ ଅଗୋଚରେ।


ଚକ୍ଷୁ ମୋର ମୁଦି ହେଇ ଯାଉଥିଲେ 

ଦିଶି ଯାଏ ଯାହା ମୁହଁ 

ଜନନୀ ମୋର ସେ ଅତି ପ୍ରିୟ ମୋର

ତା ଲାଗି ଅନ୍ତରେ ଅପୂର୍ବ ମୋହ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract