STORYMIRROR

Hitesh Mohapatra

Abstract Classics Others

3  

Hitesh Mohapatra

Abstract Classics Others

ମୁଁ ପୁଣି ସ୍ୱପ୍ନ ଦେଖେ

ମୁଁ ପୁଣି ସ୍ୱପ୍ନ ଦେଖେ

1 min
310

ମୁଁ ସ୍ୱପ୍ନ ଦେଖେ ରାତ୍ରର ଅନ୍ଧକାରରେ

ତାକୁ ବାସ୍ତବ ରୂପ ଦେବାକୁ ଚେଷ୍ଟାକରେ

ସକାଳର ସୁର୍ଯ୍ୟଦୟରେ ।


ମଧ୍ୟାହ୍ନର ପ୍ରଚଣ୍ଡ ଖରାରେ

ସ୍ୱପ୍ନକୁ ଜଳିବାର ଦେଖେ

ସନ୍ଧ୍ୟାର ସୁର୍ଯ୍ୟାସ୍ତରେ,

ବାସ୍ତବତାର କରାଘାତରେ

ରାତ୍ରର ସ୍ୱପ୍ନ ରହିଯାଏ ଅନେକ ଦୁରରେ ।


ମୁଁ ହାରିଯାଏ ବାସ୍ତବତା ନିକଟରେ

ସ୍ୱପ୍ନ ନ ଦେଖିବାର ନିଷ୍ପତି ନିଏ

ମାତ୍ର ରାତ୍ରର ଅନ୍ଧକାରରେ

ମୁଁ ପୁଣି ହାରିଯାଏ, ମୋ ନିକଟରେ ।


ମୁଁ ପୁଣି ସ୍ୱପ୍ନ ଦେଖେ ନୂତନ ଭବିଷ୍ୟତର

ତାକୁ ବାସ୍ତବରୁପ ଦେବାକୁ ଚେଷ୍ଟାକରେ

ନୁତନ ସୁର୍ଯ୍ୟଦୟର ।


Rate this content
Log in

Similar oriya poem from Abstract