STORYMIRROR

Padmalaya Mishra

Inspirational

2  

Padmalaya Mishra

Inspirational

ମୁଁ ପୁଣି ଆସିଛି

ମୁଁ ପୁଣି ଆସିଛି

1 min
13.5K


ମୁଁ ପୁଣି ଆସିଛି

ସାଥେ ନେଇ ପଣାର ଗିଲାସ

ଛତୁଆ ଗିନେ

ଆଶା ଆପଣେଇବ ତମେମାନେ

ମୁଁ ପରା ନିଜର

କାହିଁ କେତେକାଳୁ ଆସୁଛି ||


ମୁଣିରେ ସୁଖ ଆନନ୍ଦ ଭରି

ନେଇଯାଉଚି ତୁମଠାରୁ

ଯେତକ ଦୁଖ ବିଶାଦ

ଚାହିଁଚି ପ୍ରତିବଦଳେ

ମୁଠାଏ ସ୍ନେହ ଆଞୁଳାଏ ଶ୍ରଦ୍ଧା

ଆଗରୁ ପାଇ ଯାଉଥିଲି ||


ହେଲେ ଏବେ ମୋ ଭାଗର ଆଦର

ପାଉଛି ଆଉଜଣେ

ମୁଁ ଦୁଃଖ କରୁନି ମନ

କିନ୍ତୁ ମନରେ ପ୍ରଶ୍ନ ଉଙ୍କି ମାରେ

ଆପଣାକୁ ଆଡେଇ କେତେଦିନ ଆଉ

ନିଜତ୍ବ ବଜାୟ ରଖିବ

ବୋଧହୁଏ ମୁଁ ନିରୁଦିଷ୍ଟ ହେବି

ନହେଲେ ଆପଣାଙ୍କ ଭିଡରେ ବି

ଅପରିଚିତ ସାଜିବି ।।।



ପଦ୍ମାଳୟା


Rate this content
Log in

Similar oriya poem from Inspirational