STORYMIRROR

Nirupama Bhattamishra

Abstract

2  

Nirupama Bhattamishra

Abstract

ମୁଁ ଫେରେ

ମୁଁ ଫେରେ

1 min
163

ମୁଁ ଫେରେ

ସଞ ଆସେ

ରାତି ମାଡି ମାଡି ପଡେ

ଭୋର ହେବାର ଢେର ଆଗରୁ

ନୂଆ ଗେଟ୍ଅପ୍ ରେ ବାହାରିଯାଏ

ମଞ୍ଚ ଉପରେ ଠିଆ ହୁଏ

ନରୀ ଶକ୍ତି,ନାରୀ ଜାଗରଣ ର କଥା କହେ

ମୁଁ ଫେରେ

ସଞ ଆସେ

ରାତି ମାଡି ମାଡି ପଡେ

ପୁଣି ଗୋଟେ ଶଙ୍ଖ ମଲ ମଲ ସକାଳ

ମୁଁ ନୂଆ ମେକ୍ଅପ ପିନ୍ଧେ

ଖୁବ୍ ଭାଷଣବାଜି ହୁଏ

କରତାଳିରେ ସଭା ପୁରି ଉଠେ

ମୁଁ ଡୋମେଷ୍ଟିକ ଭାଓଲେନ୍ସ କଥା କହେ

ଆହୁରି ବି କହେ ମେରିଟାଲ ରେପ୍ 

ଆଉ ଅନର କିଲିଂ ର କଥା

ଖୁବ୍ ଚର୍ଚ୍ଚା ହୁଏ 

ସାମ୍ବିଧାନିକ ଅଧିକାର

ନାରୀର ମର୍ଯ୍ୟାଦା ଆଉ

ସରକାରଙ୍କ ଯୋଜନା

ମୁଁ ଫେରେ ସଞ ଆସେ

ମୋ ଭିତରେ କେହିଜଣେ

ବାହୁନି ବାହୁନି କାନ୍ଦେ

ରାତି ମାଡି ମାଡି ପଡେ

ମୋ ଶଦ୍ଦ ସବୁ ଅସହାୟ ଆଉ ଅବଶ ଲାଗନ୍ତି 

ମୁଁ ମୁଁହ ଲୁଚାଏ ଅନ୍ଧାରକୁ ଡରେ

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract