ମୁଁ ଓଡ଼ିଆ ଛାତ୍ରୀ
ମୁଁ ଓଡ଼ିଆ ଛାତ୍ରୀ
ମୁଁ ଓଡ଼ିଆ ମା ଲେଖି ଦିଏରେ 'ଅ' ଟି ମତେ,
ମଡେଇ ମଡେଇ ଥକି ଯାଏ ମୁହି କେତେ।
ଅଙ୍ଗନୱାଡିକୁ ଯିବି
ଓଡ଼ିଆ ଶିକ୍ଷକ ନାହିଁ କାହିଁକି ମୁଁ ଯିବି।
ମାତୃଭାଷା ପାଇଁ ବାର୍ତ୍ତା ନିତ୍ୟେ ହୁଏ ଗୃହେ,
ଓଡ଼ିଆ ଗାଆଁ ଅଛି ସ୍କୁଲ ଏଠି ଭାଇ ହେ।
ଓଡ଼ିଆ ଶିକ୍ଷକ ନାହିଁ,
ଛାତ୍ରଛାତ୍ରୀ ଭାଇ ଓଡ଼ିଆ ପଢିବେ କାହିଁ।
ମା ଘର କାର୍ଯ୍ୟ କରିବ ବା ପଢେଇ ଦେବ,
ମାତୃଭାଷା ଶିକ୍ଷା ମୋତେ କିଏବା ସେ ଦେବ।
ଦ୍ବିତୀୟ ଭାଷା ଓଡ଼ିଆ
ଶିକ୍ଷାର ବ୍ୟବସ୍ଥା କିମ୍ପାରେ ନାହିଁ ଓଡିଆ?
ଉତ୍କଳ ବିଚ୍ଛିନ୍ନା ଅଟେ ଆମ ଜନ୍ମଭୂମି,
ଏବେ ଏହୁ ପରା ଅଟେ ଝାଡ଼ଖଣ୍ଡ ଭୂମି।
ମାତୃଭାଷା ଶିକ୍ଷା କାହିଁ,
ନୂଆ ଶିକ୍ଷା ନୀତି କିମ୍ପା? ଝାଡ଼ଖଣ୍ଡେ ନାହିଁ।
ଶିକ୍ଷକ ପ୍ରଶିକ୍ଷଣରୁ ଓଡ଼ିଆର ସ୍ଥାନ ନାହିଁ,
ସରକାରର ଉଦ୍ଦେଶ୍ୟ ବୁଝା ଯାଏ ନାହିଁ।
ନୂଆ ଶିକ୍ଷା ନୀତି କାହିଁ,
କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀଙ୍କ ନଜର ଟି ନାହିଁ।
ଏଠି ଧ୍ୟାନ ନାହିଁ ଭାଇ ଓଡିଶା ରାଜ୍ୟର,
କିପରି ଅବସ୍ଥା ଏଠି ଓଡ଼ିଆ ଭାଷୀର।
ବୁଦ୍ଧିଜୀବୀ ଗଲେ କାହିଁ
ନଜର ତାଙ୍କର କିମ୍ପା ଏଠି ଦିଶୁ ନାହିଁ?
ଆମ ନିବେଦନ ଭାଇ କେନ୍ଦ୍ର ସରକାରେ,
ନିବେଦନ ଭାଇ ଆମ ଓଡିଶା ରାଜ୍ୟରେ।
ମାତୃଭାଷା ଶିକ୍ଷା ମିଳୁ
ଓଡ଼ିଆରେ ଶିକ୍ଷକ ବହି ଓଡ଼ିଆ ମିଳୁ।
