STORYMIRROR

Manaswinee Dash

Classics

3  

Manaswinee Dash

Classics

ମୁଁ ନୁହଁ

ମୁଁ ନୁହଁ

1 min
127

ମୁଁ ନୁହଁ ଗୋଟିଏ ସିପାହୀ,

ଯିଏ ନିଜ ଜୀବନ ଉତ୍ସର୍ଗ କରିବ ଦେଶ ପାଇଁ।


ନା ମୁଁ ଜଣେ ରାଜନୈତିକ ନେତା,

ଯିଏ କରିବ ଦେଶ ଅର୍ଥନୈତିକ ଚିନ୍ତା।


ମୁଁ ସାମାନ୍ୟ ନାଗରିକ ଜଣେ,

ଯିଏ ଦେଶ ସମ୍ମାନରେ ନିଜ ସମ୍ମାନ ଗଣେ।


ସମାଜ ଗଠନରେ ନାହିଁ ମୋର ଅବଦାନ,

ନା କରିପାରିବି ଜନ କଲ୍ୟାଣ।


ରାମସେତୁରେ ଗୁନ୍ଡୁଚିମୁଷା ସମ,

ଦେଶ ଉନ୍ନତି ରେ କରିବି କାମ।


କାମ କରିବି ମୁଁ ଲେଖନୀ ମୁନେ,

ରହିବି ସଦା ସଚେତନେ।


ସବୁ ଲୋକ ଯେବେ ହେବେ ସଜାଗ,

ଦେଶ ଉନ୍ନତି ପାଇଁ ଫିଟବ ଯୋଗ।


ଦେଶ ପାଇଁ କିଛି ପାରିଲେ କରି,

ଜୀବନ ଯିବ ଖୁସିରେ ଭରି।


ଦେଶର ଯେବେ ହୋଇବ ନାଆଁ,

ଖୁସିରେ ନାଚିବ ମୋ ଦୁନିଆଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics