ମୁଁ ନୁହେଁ ତୁମର
ମୁଁ ନୁହେଁ ତୁମର
ତୁମ ପାଇଁ ପ୍ରେମ ମୋର
ସୀମା ହୀନ ସାଗର
ହେବା ପାଇଁ ଇଛା ମୋର
ରାଣୀ ତୁମ ହୃଦୟର...
ନୀତି ଖୋଜେ ମନ ମୋର
ଉତ୍ତର ଏକ ପ୍ରଶ୍ନର
ତୁମ ପାଇଁ ଝୁରେ କାହିଁ
କି ସମ୍ପର୍କ ଆମର ???...
ହେବା ପାଇଁ ଦେବି ନାହିଁ
ତୁମକୁ କେବେ ଅନ୍ୟର
ପୁଣି ମନ କହିଯାଏ
କି ଅଛି ମୋ ଅଧିକାର...
ହୃଦୟ ମୋ ତୁନି କୁହେ
ତୁମେ ନୁହେଁ ମୋହର
ସାରା ଦୁନିଆ ଟା କହେ
ମୁଁ ନୁହେଁ ତୁମର...

