STORYMIRROR

CHINMAYEE PRADHAN

Abstract Classics Inspirational

3  

CHINMAYEE PRADHAN

Abstract Classics Inspirational

ମୁଁ ନୁହେଁ କଳଙ୍କିନୀ

ମୁଁ ନୁହେଁ କଳଙ୍କିନୀ

1 min
414

ମୁଁ ନୁହେଁ କଳଙ୍କିନୀ

ଜମା ନୁହେଁ ଜମା ବି ନୁହେଁ

କଳଙ୍କର କାଳିମା ତ

 ତୁମରି ଠାରେ ହଁ ତୁମରି ଠାରେ

ହେ ରୂପଲୋଭୀ ମାଂସଲୋଭୀ 

ନରରୂପୀ ରାକ୍ଷସ

ହେ କଳଙ୍କରେ ପରିପୂର୍ଣ୍ଣ କୁତ୍ସିତ ପୁରୁଷ

ପଶୁତ୍ବ ଜାଗିଲା ଯେବେ 

ବଳାତ୍କାରେ କଲ ଆକ୍ରମଣ 

ଲଢ଼ି ଲଢ଼ି ହାରିଗଲି 

ଚିତ୍କାର ର ମୋ ହେଲା ଅକାରଣ

ଗର୍ଭେ ଧରି କଳଙ୍କିତ ବୀର୍ଯ୍ୟ 

କୁମାରୀ ମାତା ବୋଲଇ ସମାଜ

କି ଦୋଷ ସେ ନିଷ୍ପାପ ଶିଶୁର 

କାହିଁକି ହେବ ହତ୍ୟାର ଶିକାର

ନା ଦୋଷ ତାର ନା ଦୋଷ ମୋର 

ଦୋଷ ତ କୁତ୍ସିତ ମାନବିକତାର

ମୁ ନୁହେଁ କଳଙ୍କିନୀ ନୁହେଁ କୁତ୍ସିତା 

ମୁ ସତୀ ଶାଶ୍ୱତୀ ଚିର ପବିତ୍ରା ।


Rate this content
Log in

Similar oriya poem from Abstract