ମୁଁ ନାରୀଟିଏ
ମୁଁ ନାରୀଟିଏ
ମୁଁ ନାରୀଟିଏ ସ୍ନିଗ୍ଧ ଚେତନାର ଉପଲବ୍ଧି ମଧ୍ୟେ ସତେଜ ଗୋଲାପ କଳିଟିଏ
ମୁଁ ନାରୀଟିଏ ଭୂମିରୁ ଭୂମାକୁ ପ୍ରସରିବା ପାଇଁ ସୁନୀଳ ଶୀତଳ ସ୍ରୋତଟିଏ
ମୁଁ ନାରୀଟିଏ କଲ୍ୟାଣମୟୀ ମୁଁ ଚିର ବନ୍ଦନୀୟା ପ୍ରୀତି ଫଗୁଣର ପରୀଟିଏ
ମୁଁ ନାରୀଟିଏ ସମୟ ସୁଅରେ ପରିବର୍ତ୍ତନର ବୈପ୍ଳବିକ ଚିନ୍ତଧାରାଟିଏ
ମୁଁ ନାରୀଟିଏ ସାମାଜିକ ପ୍ରଥା ପରମ୍ପରା ଛୁଇଁକୁ ସଂସ୍କାରକୁ ମୁଁ ଫିଙ୍ଗିଦିଏ
ମୁଁ ନାରୀଟିଏ ଧୈର୍ଯ୍ୟ ସାହସର ପ୍ରତିଛବି ଭରାତ୍ୟାଗର ଜୀବନ୍ତ ମୂର୍ତ୍ତିଟିଏ
ମୁଁ ନାରୀଟିଏ ଦୁଃଖ ପିଇ ପିଇ ଖୁସି ମୁଁ ବାଣ୍ଟୁଛି ଜୀବନ ନାଟିକା ଥିବାଯାଏ
ମୁଁ ନାରୀଟିଏ ବନ୍ଧୁ ପରିଜନ ସ୍ୱାମୀ ସନ୍ତାନଙ୍କ ଅତି ଆପଣାର ସାଥୀଟିଏ
ମୁଁ ନାରୀଟିଏ ସଫଳତା ଶୀର୍ଷ ଛୁଇଁ ଯିବା ପାଇଁ ଅସାଧ୍ୟ ସାଧନ କରିଥାଏ
ମୁଁ ନାରୀଟିଏ ମାତୃଶକ୍ତିର ଧ୍ବଜା ମୁଁ ଉଡ଼ାଇ ଜଗତ ଠାକୁର ପାଦ ଛୁଏଁ ll
ମୁଁ ନାରୀଟିଏ ମୁଁ ନାରୀଟିଏ ll
