STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ମୁଁ ନାରୀଟିଏ

ମୁଁ ନାରୀଟିଏ

1 min
234


ମୁଁ ନାରୀଟିଏ

ସ୍ନିଗ୍ଧ ଚେତନାର ଉପଲବ୍ଧି ମଧ୍ୟେ

ସତେଜ ଗୋଲାପ କଳିଟିଏ ll


ମୁଁ ନାରୀଟିଏ

ଭୂମିରୁ ଭୂମାକୁ ପ୍ରସରିବା ପାଇଁ 

ସୁନୀଳ ଶୀତଳ ସ୍ରୋତଟିଏ ll


ମୁଁ ନାରୀଟିଏ

କଲ୍ୟାଣମୟୀ ମୁଁ ଚିର ବନ୍ଦନୀୟା

ପ୍ରୀତି ଫଗୁଣର ପରୀଟିଏ ll


ମୁଁ ନାରୀଟିଏ

ସମୟ ସୁଅରେ ପରିବର୍ତ୍ତନର

ବୈପ୍ଳବିକ ଚିନ୍ତଧାରାଟିଏ ll


ମୁଁ ନାରୀଟିଏ

ସାମାଜିକ ପ୍ରଥା ପରମ୍ପରା ଛୁଇଁ

କୁସଂସ୍କାରକୁ ମୁଁ ଫିଙ୍ଗିଦିଏ ll


ମୁଁ ନାରୀଟିଏ

ଧୈର୍ଯ୍ୟ ସାହସର ପ୍ରତିଛବି ଭରା

ତ୍ୟାଗର ଜୀବନ୍ତ ମୂର୍ତ୍ତିଟିଏ ll


ମୁଁ ନାରୀଟିଏ

ଦୁଃଖ ପିଇ ପିଇ ଖୁସି ମୁଁ ବାଣ୍ଟୁଛି

ଜୀବନ ନାଟିକା ଥିବାଯାଏ ll


ମୁଁ ନାରୀଟିଏ

ବନ୍ଧୁ ପରିଜନ ସ୍ୱାମୀ ସନ୍ତାନଙ୍କ

ଅତି ଆପଣାର ସାଥୀଟିଏ ll


ମୁଁ ନାରୀଟିଏ

ସଫଳତା ଶୀର୍ଷ ଛୁଇଁ ଯିବା ପାଇଁ

ଅସାଧ୍ୟ ସାଧନ କରିଥାଏ ll


ମୁଁ ନାରୀଟିଏ

ମାତୃ ଶକ୍ତିର ଧ୍ବଜା ମୁଁ ଉଡ଼ାଇ

ଜଗତ ଠାକୁର ପାଦ ଛୁଏଁ ll


ମୁଁ ନାରୀଟିଏ

ମୁଁ ନାରୀଟିଏ ll



Rate this content
Log in

Similar oriya poem from Inspirational