STORYMIRROR

K. Nirmal

Inspirational

3  

K. Nirmal

Inspirational

ମୁଁ ନାରୀ

ମୁଁ ନାରୀ

1 min
3.6K


ମୁଁ ନାରୀ,

ମାଟିର ଖେଳନା ନୁହେଁ ମୁଁ 

ଯେତେବେଳେ ଗଢ଼ିଦେଵ,

କାଚର କଣ୍ଢେଇ ନୁହେଁ ମୁଁ 

ଯେତେବେଳେ ଭାଙ୍ଗିଦେଵ.....

ମୁଁ ନାରୀ..

ଯଦି ମୁଁ ନ ଥିବି

ତମେ କିପରି ଜନ୍ମ ନେବ..

କଣ ପୁରୁଷ ଖାଲି ଥିଲେ ସଂସାର ଚାଲିବ ?

ଉଭୟ ହାତରେ ତାଳି ବାଜିଥାଏ ।

ତମେ ସିନା ଝିଅ ବୋଲି କହି

କଚଡ଼ାରେ ମୋତେ ଫିଙ୍ଗି ଦେଉଛ

ସମୟ ଆସିବ ଅପେକ୍ଷା କର ,

ଜନ୍ମ ଦେଇଥିବା ପୁଅ ଥିବ ସିନା

ପୁଅକୁ ବାହା ଦେବା ପାଇଁ ଝିଅ ନଥିବ

କଣ ଜାଣି ପାରିଲ..

ନାଁ ବୁଝେଇ କି କହିବି..

ମୁଁ ନାରୀ..

କଣ ମୋତେ ଏହିପରି ଦେଖୁଥିବ

ନା କିଛି କହିବ

ବଦଳି ଯାଅ ତୁମେ

ସମୟ ଆସୁଛି ଦେଖ୍ 

ନିଜ ମା ଜଣେ ନାରୀ ଜାଣିଛ କି ନାହିଁ ?

ଶେଷରେ ବସି କାନ୍ଧୁଥିବ !

ଯେତେବେଳେ ସଂସାର ଶୂନ୍ୟମୟ ଦେଖିବ..

ପାଖରେ ମା'ବି ନଥିବ ଝିଅ ବି ନଥିବ ?

କଣ ବୁଝି ପାରିଲ

ସମୟ ଲାଗିବ ବୁଝିବାକୁ

ସେତେବେଳେ କିଛି ଆଉ ନଥିବ !  

ବେଳ ଥାଉ ଥାଉ ସୁଧୁରି ଯାଅ !

ମନେରଖ୍ ନାରୀ ଜଣେ 

ଏ ସଂସାରର ଅମୂଲ୍ୟ ରତ୍ନ....


◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ:- ୯୫୬୬୧୧୩୬୦୭

◆ Gmail:- nirmaln270@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational