STORYMIRROR

Dipti lekha Mishra

Inspirational

4  

Dipti lekha Mishra

Inspirational

ମୁଁ ନାରୀ

ମୁଁ ନାରୀ

1 min
396


ମୁଁ ନାରୀ ହୋଇଛି ବୋଲି ତ

ନିଜ ପାଇଁ ଗର୍ବ କରେ

ଭଗବାନଙ୍କୁ କୋଟି ଧନ୍ୟବାଦ

କାରଣ ତାଙ୍କରି ଆଶୀଷର ଧାରା

କଲା ମୋତେ ନାରୀର ଚାରା ।


ପ୍ରଭୂ ତୁମେ ଖାଲି ମୋତେ ଏତିକି କୁହ

ନାରୀ ପାଇଁ ରୋଷେଇଘର

ନାରୀ ପାଇଁ ସକାଳରୁ ରାତିଯାଏଁ

ଘରର ସମସ୍ତ ଦାୟୀତ୍ବ ଭାର

ଯେତେବେଳେ ଲଦିଦେଲ

କି ପୁରାଣ ପୄୄୄୄଷ୍ଠାରେ କାହାଦ୍ବାରା ରଚିଲ

ତୁମକୁ କଷ୍ଟ ହୋଇନି ତ ?


ହଁ ତୁମେ କେମିତି ଜାଣିବ ଯେ ନାରୀର କଷ୍ଟ

ତୁମେ ତ ନାରୀର ଲଜ୍ଜ୍ୟା ସହ ଖେଳିପାର

ତୁମେ ତ ପୁରୁଷ ଶ୍ରେଷ୍ଠ ଦୁନିଇ ଦେଖିବାକୁ

ଏତେ ସବୁ ଖେଳ ଖେଳୁଥିଲ ଆଉ ଖେଳୁଛ

ହେଲେ ପ୍ରଭୂ ଆଉ ନୂହଁ ଏଥର ଜାଣନ୍ତୁ

ଏଥର ନାରୀର ହିଁ ସବୁ ଅଧିକାର ।


ନାରୀ ଯିବନି ଏଥର ପରଘର ରୋଷେଇଘର

ପୁରୁଷ ଯିବେ ନାରୀଘର ରୋଷେଇଘର

ନାରୀ ଏଥର ଶଙ୍ଖାସିନ୍ଦୁର ଆଉ କଳାମାଳିରେ

ବନ୍ଧାହୋଇ ଛନ୍ଦିହେବନି କାହା ମାୟାରେ

ନାରୀ ଦେଖାଇଦେବ ନିଜ ଅନ୍ତର୍ନିହିତ ଗୁଣମାନ

ଆଉ ହରାଇବ ଏ ପୁରୁଷ ସମାଜକୁ ତିଳତିଳ ।


ମୁଁ ନାରୀ ଏଣୁ ଜାଗ୍ରତ କରିବି ସବୁ ନାରୀଙ୍କୁ

ଆଉ ଡରନି ଏଥର ତୁମେ ଖଡ୍ଗ ଧରି ଡରାଅ

ତୁମେ ନିଜକୁ ରାଣୀ ଲକ୍ଷ୍ମୀବାଈ ସଜାଇଦିଅ

ତୁମେ ସମାଜର ଉପହାସକୁ ଆଉ ଖାତିର କରନା

ଆଗକୁ ଅନେକ ବାଟ ଚାଲିବାର ଅଛି

ଏଣୂ ନିଜ ଶକ୍ତିକୁ ନିଜ ସାହାରା କରି ମାଡି ଚାଲେ ।


ପୁଅ ଝିଅ ଭେଦଭାବ ହଟିବ ନିଶ୍ଚୟ ଜାଣ ପ୍ରଭୂ

ତୁମେ ଏଥର ତୁମ ପୁରାଣଗୁଡିକୁ ଲୁଚାଇଦିଅ

ନାରୀକୁ ସମ୍ମାନ ଦେବା ଢଙ୍ଗରେ ଦାୟୀତ୍ବ ଭାର

ସୀମାଠାରୁ ଅଧିକ ଲଦିଦେଇଛ ପ୍ରତି ପୄୄୄୄଷ୍ଠାରେ

ଏଣୁ ସେ ଶାସ୍ତ୍ରଗୁଡିକୁ ନିଜେ ହିଁ ଲୁଚାଇଦିଅ ।


ନାରୀ ସବୁ କରିପାରେ କହି ସଶକ୍ତ କରାଇଦେଲ

ପରୋକ୍ଷରେ କିନ୍ତୁ ଦଣ୍ତ ଅଧିକ ଦେଇଦେଲ

ତୁମକୁ ନାରୀମାନଙ୍କ ପାଇଁ ଦାୟୀତ୍ବ ଲେଖିଲାବେଳେ

ତୁମ କଲମରୁ କାଳୀ ସରିଯାଇଥାନ୍ତା କି

ଏତେ ଆଉ ବଡିମା ଦେଖାନ୍ତନି

ନାରୀ ଆଉ କଷଣ ପାନ୍ତେନି

ନାରୀ ପୁରୁଷ ପ୍ରଭେଦ ବେଶୀ ରହନ୍ତାନି ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational