ମୁଁ ନାରୀ ଟିଏ କହୁଛି-ମା
ମୁଁ ନାରୀ ଟିଏ କହୁଛି-ମା
ମାତୃତ୍ବ ର ପର ଖଞି...
ମୋ ଡେଣା ସଜାଏଁ....
ତିଆରି କରେ ନିର୍ଭୟ ଆଶ୍ରୟ ସ୍ଥଳୀ ଟିଏ..
ମୋ ସନ୍ତାନ ପାଇଁ...।
ଭୁଲିଯାଏଁ ମୋର ଦଶ ମାସ ର ଗର୍ଭ ବେଦନା...,
ମୋର ବୁକୁ ର ସୁଧା ରେ ତାର କ୍ଷୁଧା ମେଣ୍ଟାଇ...
ମୁଁ ସ୍ରଷ୍ଟା ହୋଇଯାଏଁ..... ।
ଶୁନ୍ୟତାରେ ବି ଉପଲବ୍ଧି କରେ....
ପୁର୍ଣ୍ଣତା ର ଅମ୍ଳାନ ଆନନ୍ଦ... ।
ତଥାପି ବେଳେବେଳେ ମୋରି ସ୍ରୁଷ୍ଟି..
ଭୁଲିଯାଏ ମୋର ତ୍ୟାଗ...
ମୋର ଗର୍ଭ କଷ୍ଟ....।
ଯାହା ପାଇଁ ଦିନେ ମୋ ଶରୀର ଭିତରେ...
ତିଆରି ଥିଲି ଘର ଟିଏ...
ଭାବି ନ ଥିଲି....
ଦିନେ ସେ ମୋଚେ ବେଘର କରିଦେଇ...
ଦେବ ଜରାଶ୍ରମ ରେ ସ୍ଥାନ ଟିଏ... ।
ଜୀବନର ଅପରାହ୍ନ ରେ...
ମୋ ଆଶା ବାଡି ଟି ହଜି ଗଲେ ବି...
ମୁଁ ଅଭିଶାପ ଦେଇ ପାରେ ନାହିଁ...
କାରଣ............
ମୁଁ ମାଆ ଟିଏ.... କେବଳ ମାଆ ଟିଏ.....।
*******
ଆହ୍ଲାଦିନୀ ପାଣିଗ୍ରାହୀ ଦାଶ
*******
