STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

ମୁଁ ନାରୀ କହୁଛି

ମୁଁ ନାରୀ କହୁଛି

1 min
390


ସମାଜ ରଥର          ଦୁଇଟି ଚକରୁ

  ଗୋଟିଏ ପୁରୁଷ ଆରେକ ନାରୀ

କେବେ ମୁଁ ଜନନୀ      କେବେ ମୁଁ ଭଗିନୀ

    କେବେ ମୁଁ ଦୁହିତା ଜାୟା ରୂପରେ ||

ଜୀବନ ପ୍ରଦୀପେ        ସଳିତା ସାଜି ମୁଁ

    ତିଳ ତିଳ ହୋଇ ମୁଁ ଜଳୁଥାଏ

ସଭିଙ୍କ ମୁଖରେ        ହସ ଭରିବାକୁ

    ଶେଷ ସତ୍ତାଯାଏ ମୁଁ ଜଳୁଥାଏ||

ନିଜକୁ ଜଳାଇ        ସତ୍ତା ଥିବାଯାଏ

    ଅନ୍ୟକୁ ଆଲୋକିତ ମୁଁ କରୁଥାଏ

ତଥାପି ମୋ ତ୍ୟାଗ      ବୁଝେନାହିଁ କେହି

    ଅପବାଦ କଷଣ ମୋତେ ଦିଏ||

ମୋର ଅଧିକାର       କଥା ଭୁଲିଯାଇ

     ମୋ କର୍ତ୍ତବ୍ୟ କଥା ସମାଜ କହେ

ଭୋଗ୍ୟ ବସ୍ତୁ ଭାବି     ମୋତେ ଭୋଗ କରି

     କଳଙ୍କର ଟିକା ମୋ ଭାଲେ ଦିଏ||

ମୋର ଲାଗି ବିଶ୍ବ      ମହିଳା ଦିବସ

     ପାଳନେ ସକଳ  ଦାୟିତ୍ବ ସାରି

ବର୍ଷସାରା ଦେଖେ     ନାରୀ ନିର୍ଯ୍ୟାତନା

    ଧର୍ଷଣ କଷଣ ଯେ ଅସୁମାରୀ||

ହେ ପୁରୁଷ ଜାତି     ଚେଷ୍ଟାକର ବାରେ

    ମୋର ଅଧିକାର ଇଜ୍ଜତ କଥା

ନୁହେଁ ଚାକରାଣୀ    ନୁହେଁ ଭୋଗ୍ୟ ବସ୍ତୁ

     ଚାଲିବାକୁ ଦିଅ ଟେକି ମୋ ମଥା||



Rate this content
Log in

Similar oriya poem from Inspirational