STORYMIRROR

Pranati Mahapatra

Tragedy

3  

Pranati Mahapatra

Tragedy

ମୁଁ ମୁକ୍ତି ଚାହେଁ

ମୁଁ ମୁକ୍ତି ଚାହେଁ

1 min
14.1K


ପାରୁନାହିଁ ସହି ଏତେ ଯାତନା,

ପାରୁନାହିଁ ସହି ଏତେ କଷଣ,

ଆଉ ସହି ପାରୁନାହିଁ ତୁମ ଲୁଣ୍ଠନ,

ପାରୁନାହିଁ

ପାରୁନାହିଁ ସହି ଏତେ କଷଣ।

ତୁମ ପାଇଁ ସଳିତା ପରି ଜଳିଜଳି,

ତିଳତିଳ ଦଗ୍ଧ ହୋଇ,

ମୋ ଗର୍ଭରେ ରତ୍ନଭଣ୍ଡାରକୁ ଦେଇ,

ଦୁର୍ମୂଲ୍ୟ ମଣିମୁକ୍ତା ଦେଇ ବି ,

ତୁମେ ମୋତେ ବନ୍ଦୀ କରି,

ମୋ ରୂପସୌନ୍ଦର୍ଯ୍ୟକୁ ବିରୁପ କରିଛ,

ସହିପାରୁନି,ରହିବି ପାରୁନାହିଁ,

ଖଣ୍ଡଖଣ୍ଡ କରି ଝୁଣିଝୁଣି, ଖାଇସାରିବା ପରେ ବି ,

ତଥାପି ମୁଁ ମୁକ୍ତ ନୁହେଁ,

ନାନା ବାହାନା ଦେଖାଇ, ମୋ ଉପରେ କୁଢ଼କୁଢ଼ ଆବର୍ଜନା ଢାଳି,

ବିଷପିଆଇ,

ମୋ ଚାରିପାଖ ପୂତିଗନ୍ଧମୟ କରି

ତଥାପି ତୁମେ ଶାନ୍ତି ନୁହଁ,

ମୋରି ଗର୍ଭରୁ ଜନ୍ମି,

ମୋରି କୋଳରେ ବଢି,

ମୋହର ଅମୃତ ପିଇ,

କେମିତି ବିଷ ବୃକ୍ଷ ହୋଇଯାଉଛ?

ଚାରିଆଡେ ଶୁଭୁଛି ଭୟଙ୍କର ଚିତ୍କାର

ତ୍ରାହିତ୍ରାହି ଶବ୍ଦରେ କାନ ଫାଟିପଡୁଛି

ସବୁଆଡେ ହିଂସ୍ର, ଲୋଲୁପ ଦୃଷ୍ଟି।

ସବୁଆଡେ ମିଥ୍ୟା, ପାପ,ହିଂସା,

ବ୍ୟଭିଚାର,

ଅପକର୍ମ ର କର୍ମମାନ ହୁ ହୁ

ହୋଇ ମାଡିଚାଲୁଛି

ପାରୁନାହିଁ,

ଆଉ ସହି ପାରୁନାହିଁ,

ମୁଁ ମୁକ୍ତି ଚାହେଁ,

ମୁଁ ମୁକ୍ତି ଚାହେଁ,

କିଏ ମୋତେ ମୁକ୍ତି ଦେବ?

କିଏ ମୋତେ ଶାନ୍ତି ଦେବ?

ଆସ ହେ ଦେବ ସନ୍ତାନ,

ଦେବରୂପେ ଦାନବଙ୍କୁ ବିନାଶ କର

କର ମୋ ଦୁଃଖ ମୋଚନ,

କର ମୋ ଦୁଃଖ ମୋଚନ।


ପ୍ରଣତି ମହାପାତ୍ର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy