STORYMIRROR

Sagar Pradhan

Tragedy

2  

Sagar Pradhan

Tragedy

ମୁଁ କୁନ୍ଦୁଲି ପୀଡ଼ିତା

ମୁଁ କୁନ୍ଦୁଲି ପୀଡ଼ିତା

1 min
13.7K


👱‍♀ମୁଁ କୁନ୍ଦୁଲି ପୀଡ଼ିତା....

ସ୍ମିତ ହସ ସଦା ଓଠେ ରହୁ ବୋଲି 

ନା ପାଇଥିଲି ସସ୍ମିତା

କିନ୍ତୁ ଏ ସମାଜ ପରିଚୟ ଦେଲା

ନାମ କୁନ୍ଦୁଲି ପୀଡ଼ିତା।

ନିକଟ ସହରେ ଯାଇଥିଲି ଏକା

ଜଙ୍ଗଲ ପଥର ବକ୍ଷେ

ଫେରନ୍ତା ରାସ୍ତାରେ ଆସି ମୁଁ ପଡ଼ିଲି

ନର ରାକ୍ଷସଙ୍କ ମୁଖେ।

କାମନା ଉନ୍ମାଦ ଜଳନ ଶିଖାକୁ

କରିବାକୁ ତାଙ୍କ ତୋଷ

ନାରୀର ଭୂଷଣ ଇଜତକୁ ମୋର

କରିଦେଲେ ମିଶି ଶେଷ।

ପୁଷ୍ପ ସମ ଅଙ୍ଗ କ୍ଷତାକ୍ତ ହୋଇଲା 

ରାକ୍ଷସ କାମନା ବାଣେ

ଚିତ୍କାର ମୋହର ପ୍ରତିଧ୍ଵନି ହେଲା 

କେହି ନଶୁଣିଲେ ବଣେ।

ବିଦ୍ୟୁତ ବେଗରେ ପ୍ରଚାରିତ ହେଲା

ଗଣ ଧର୍ଷଣ ବାରତା

ଖବର ପୃଷ୍ଟାର ମୁଖ୍ୟାଂଶ ସାଜିଲା

କଥା କୁନ୍ଦୁଲି ପୀଡ଼ିତା।

ସମାଜ ମୋ ଦେହେ ଆକ୍ଷେପ କରିଲା

ଲୋକେ କଲେ ପରିହାସ

ମୋ ଦୁଃଖ ଦୁର୍ଦ୍ଦଶା କେହି ନ ବୁଝିଲେ

ଜୀବନ କରିଲି ଶେଷ।

ମିଡିଆ ପ୍ରଚାରେ ନାମ କମାଇଲେ

ମୋହରି ନାମ କୁ ନେଇ

ରାଜନୀତି ଦଳ ରାଜନୀତି କଲେ

ମୋ ଶବକୁ କାନ୍ଧେ ବୋହି।

ଇତିଶ୍ରୀ ପରିକା ଇତିବୃତ୍ତ ମୋର

ହୋଇଗଲା ସବୁ ଶେଷ 

ଆଜିର ସମାଜେ ନ୍ୟାୟ ମିଳିଲାନି

ରହିଗଲା ଅବଶୋଶ।

     ସାଗର ପ୍ରଧାନ,ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy