STORYMIRROR

Krushna Chandra Lenka

Comedy Tragedy

3  

Krushna Chandra Lenka

Comedy Tragedy

ମୁଁ କରୋନା

ମୁଁ କରୋନା

2 mins
244

କରୋନା କହଇ ମଣିଷ ଭାଇ,

ଡ଼ରାଉଛ ମତେ ଟିକା ଦେଖାଇ?


ତୋ' ଦେଶର ଯେଉଁ ଟିକା ବ୍ୟବସ୍ଥା

ଜାଣିଛୁ କି କେବେ ତାର ଅବସ୍ଥା?


ବୃଦ୍ଧ, ବୃଦ୍ଧା ଯେତେ ଅଛନ୍ତି ଦେଶେ,

ପହଞ୍ଚିଲାଣି କି ଟିକା ତା' ପାଶେ!


ବରିଷ୍ଠଙ୍କୁ ଯହିଁ ନାହିଁ ସମ୍ମାନ,

କନିଷ୍ଠଙ୍କ ପାଇଁ କାହିଁ ବା ସ୍ଥାନ?


ଭିନ୍ନକ୍ଷମ ଅବା ଶତାୟୁ ନର,

ପଡି ଉଠି ଯା'ନ୍ତି ଟିକା କେନ୍ଦର।


ଘଣ୍ଟା ଘଣ୍ଟା ସେଠି ହୁଅନ୍ତି ଠିଆ,

ତାଙ୍କ କଥା କିଏ ବୁଝଇ କିଆଁ?


ସ୍ୱତନ୍ତର ଧ୍ୟାନ ମିଳେନି ତାରେ,

କେଡେ ସେ ଯାତନା ପା'ନ୍ତି ସେଠାରେ।


ଘରୁ ଯିବା ପାଇଁ ଟିକା କେନ୍ଦର,

ନଥାଏ ବ୍ୟବସ୍ଥା ସରକାରର।


ମିଳେ ନାହିଁ ତିଳେ ଠିକ ଖବର,

ଜନତା ଫେରଇ ଯେ ବାର ବାର।


ଟିକା କେନ୍ଦରରେ ଯେଉଁ ଗହଳ,

ଦେଖି ପାଇ ଯାଏ ମୁଁ ସେଠି ବଳ।


ତାଙ୍କ ସାଥେ ସେଠୁଁ ଆସେ ଘରକୁ,

ମାଡି ମାଡି ଯାଏ ଜଣୁ ଅନ୍ୟକୁ।


ବରିଷ୍ଠଙ୍କ କଥା ଶୁଣିଲୁ ତୁହି,

କନିଷ୍ଠର ବାରେ ଦେଉଛି କହି।


ପଇଁଚାଳିଶିରୁ ଷାଠିଏ ଯାଏଁ,

ଟିକା ଦେବା ପାଇଁ କି ଭିଡ଼ ହୁଏ!


ଏଇ ବୟସର କିଛି ଯେ ଲୋକ,

ନପାଇ ସେ ଟିକା କରନ୍ତି ଦୁଃଖ।


ସୁଖେ ଦୁଃଖେ କିଛି ପାଇଲେ ଟିକା,

ଆଉ କିଛି ଥୋକେ ହୋଇଲେ ଥକା।


ଟିକା ନଥାଇ ଯେ ଟିକା ଉତ୍ସବେ,

ତୋ' ଦେଶ ପାଳଇ ଅତି ଗରବେ।


ଅଠର ବରଷୁ ପଇଁଚାଳିଶି,

ଟିକା ପାଇଁ ଏଠି ହୁଅନ୍ତି ପେଷି।


କୋଟି କୋଟି କଲେ ପଞ୍ଜିକରଣ,

ଏଯାଏଁ ହୋଇନି ଟିକାକରଣ।


ଯେତେ ଅମାନିଆ ଏଇ ବୟସେ,

ଘରେ ମୁହିଁ ପଶେ ତାଙ୍କ ସକାଶେ।


ଜୀବ ଦେହେ ସିନା ଏଠି ମୋ ରୂପ,

ବଦଳାଇ ମୁହିଁ କରଇ କୋପ।


ପ୍ରତି ମୁହୂର୍ତ୍ତରେ ଏ ଅମାନିଆ,

ବେଶ ବଦଳାଇ ବୁଲେ ଦୁନିଆ।


ସେମାନଙ୍କ ପାଇଁ ମୁଁ ଆଜି ଟାଣ,

ନହେଲେ କେବେଠୁଁ ହୁଅନ୍ତି ମଣ।


ସରି ନାହିଁ ତୋର ଏ ଟିକା କଥା,

ଆଉ ଶୁଣିଲେ ତୁ ପାଇବୁ ବ୍ୟଥା।


ପ୍ରଥମ ଡୋଅଜ ପାଇଣ ଦଳେ,

ଆନନ୍ଦେ ବୁଲନ୍ତି ଏ ଘୋର କାଳେ।


ଆଉ ଦଳେ ବସି ଗଣନ୍ତି ଦିନ,

ଦ୍ଵିତୀୟ ଡୋଅଜେ ବଳାନ୍ତି ମନ।


ୟାଙ୍କ ସପନ ଯେ ସପନେ ରହେ,

ସରକାର ତୁଚ୍ଛା ସାନ୍ତ୍ୱନା ଦିଏ।


ଭାଳି ଥରେ କୁହ, ମଣିଷ ଭାଇ

ଟିକା ଦିଆ ହେବ ଏମନ୍ତ ଯହିଁ;


କେବେ ଶେଷ ହେବ ଏ ସାରା ଦେଶେ,

ପୂରଣ ହୋଇବ କେତେ ବରଷେ?


ଏମନ୍ତ ସୁଯୋଗ ମିଳିଲେ ମତେ,

କିମ୍ପା ହାତ ଛଡା କରିବି ସତେ?


ଟିକା ନାଲି ଆଖି ଦେଖାନା ଆଉ,

ଚଳିବନି ଏଠି ତୋହର ଭାଉ।


ବେଳୁ ସାବଧାନ ହୁଅରେ ଧନ,

ନହେଲେ ମୁଁ ନେବି କେତେ ଜୀବନ।


ଭାଳି ମୂଲ୍ୟବାନ ଜୀବନ ତୋର,

ନିୟମ ମାନିଲେ ନଥାଏ ଡର।


ମୁଖେ ତୁଣ୍ଡି ପିନ୍ଧି ଯେ' ଯାଏ ଘରୁ,

ବ୍ୟବଧାନ ରଖେ ସର୍ବଦା ଦୂରୁ;


ବାର ବାର ହାତ ସାବୁନେ ଧୁଏ,

ସେହି ଜାଣ ମତେ ହରାଇ ଦିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy