Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Inspirational Others

3  

Rama chandra Pradhan

Inspirational Others

ମୁଁ କରୋନା ଯୋଦ୍ଧା

ମୁଁ କରୋନା ଯୋଦ୍ଧା

1 min
11.7K


ଡରିବିନି କେବେ ଭାଙ୍ଗି ପଡ଼ିବିନି  

 ମୁହିଁ ତ କରୋନା ଯୋଦ୍ଧା 

ଆଶା ନିରାଶାର ଦୋଛକିରେ ରହି   

ଦେବି ନାହିଁ କେବେ ବାଧା... 

ବିଶ୍ୱଜନ ପାଇଁ ତ୍ୟାଗିବି ଜୀବନ   

ଡେଇଁ ସୀମା ସରହଦ

ମହା ସଂଗ୍ରାମର ନବ ଚେତନାରେ    

ଟଳିଯିବ ଏ ବିପଦ... 

କେବେ ମୁଁ ଡାକ୍ତର କେବେମୁଁ ସେବିକା   

କେବେ ଅବା ପ୍ରଶାସକ କେବେ ସ୍ୱାସ୍ଥ୍ୟକର୍ମୀ

କେବେ ଆଶାଦିଦି   

ଆଉ କେବେ ତ ଶିକ୍ଷକ... 

କେବେ ସ୍ବେଚ୍ଛାସେଵୀ ଦରଦୀ ମଣିଷ    

ମୁଁ ପୋଲିସ ଅଫିସର 

କେବେସାଜେ ମୁହିଁ କରୋନା ଯୁଦ୍ଧରେ   

 ଆମ୍ବୁଲାନ୍ସ ଡ୍ରାଇଭର ... 

ସବୁ ରୂପରେ ମୁଁ ମହାଯୋଦ୍ଧା ସାଜେ    

ଏ କରୋନା ସଙ୍କଟରେ  

କେବେ ଏ ଧରାରୁ କରୋନା ହଟିବ    

ରହିଥାଏ ମୁଁ ଚିନ୍ତାରେ... 

ଲଢ଼ୁଛି ଲଢ଼ିବି ଏ କରୋନା ଯୁଦ୍ଧେ  

ଜୀବନକୁ କରି ପଣ 

ହୋଇବି ବିଜୟୀ ହେବ କାଳଜୟୀ   

ଶୁଝିବି ଏ ମାଟି ଋଣ... 

ଲୋଡ଼ା ନାହିଁ ମୋର ପ୍ରଂଶସା ପଦକ   

 ନ ମିଳୁ ଆର୍ଥିକ ରାଶି

 ଏ ପିଣ୍ଡରେ ପ୍ରାଣ ଥିବା ଯାଏଁ ମୁହିଁ     

ଲଢୁଥିବି ଦିବାନିଶି ... 


Rate this content
Log in

Similar oriya poem from Inspirational