STORYMIRROR

Dharmaraj Majhi

Romance

2  

Dharmaraj Majhi

Romance

ମୁଁ କଣ ଦେବୀ ଯେ ??

ମୁଁ କଣ ଦେବୀ ଯେ ??

1 min
136

"ତୁମ ବିନା କେହି ନାହିଁ ଜୀବନେ"

କହିଲା ପରେ,

ମୁଁ ମୋ' ଭିତରୁ ବାହାରି ଆସି

 ଏକାକାର ଆଉ ଲୀନ ହେଲି ତୁମ ଠାରେ,

 ତୁମ ଜୀବନରେ !!


ସମର୍ପି ଦେଲି ମୋ ସର୍ବସ୍ୱ

ଇହକାଳ, ପରକାଳ

ଉଚ୍ଚାରିତ ତୁମ ଏ ମନ୍ତ୍ରରେ ବଶୀଭୂତ ମୁଁ 

ଆଗାମୀ ସାତଜନ୍ମ ପାଇଁ !!


ମୋର ପସନ୍ଦ ନାପସନ୍ଦ

ମୋ ଇଛା ଅନିଚ୍ଛା

ନିଜ ରୁଚି ଅରୁଚି

 କଣ ଆଉ ମୋର ହୋଇ ରହିଲା ଯେ


ନୀଳ ରଙ୍ଗ ତୁମର ଭାରି ପସନ୍ଦ ବୋଲି ତ,

ତୁମ ପାଦତଳେ ମୋ ହାତ ବୁଣା ପା 'ପୋଛା ନୀଳବର୍ଣ୍ଣର

ଦେହରେ ନୀଳ ଶାଢ଼ୀ,

ଆଉ ସାରା ଘର ଈଷତ`ଝାପସା ଗାଢ଼ ରଙ୍ଗ ରେ ନୀଳମୟ


ହଁ,

ମୁଁ ଠିକ ବୁଝିପାରୁଛି ଏବେ

 ତୁମ ନୀଳ ହେବାର ସେ ରହସ୍ୟ !!


ତୁମେ ନିଶ୍ଚୟ ନୀଳକଣ୍ଠ ପ୍ରେମରେ

କହି ବି ପାରୁ ନ ନିଜକୁ କୃଷ୍ଣ ବୋଲି

ନୀଳ ବିସ୍ତୀର୍ଣ୍ଣ ଆକାଶର ଛାତି ପ୍ରେମମୟ,

ମୁଁ ପ୍ରେମ ପକ୍ଷୀ ତୁମ ସଖୀ,

ଅକାତ ଅମାପ ବିସ୍ତୃତି ପ୍ରେମ ତୁମ ନୀଳ ସମୁଦ୍ରରେ

ମୁଁ କେମିତି ବା ପାରିବି ମାପି !!


ସମ୍ରାଜ୍ଞ¶ ମୁଁ

ତୁମ ଅଜେୟ ସାମ୍ରାଜ୍ୟରେ

ତୁମେ ମୃଣ୍ମୟୀ ପରି ଗଢ଼ିଚ ମୋତେ 

ନିଜସ୍ୱ ପୃଥିବୀରେ,

ମୁଁ ବି ତିଆରି ହୋଇଛି ତୁମ ଇଛା ମୁତାବକ

ତୁମ ପାପୁଲିର ସ୍ପର୍ଶରେ !!


ଜାଣିପାରୁଛି

ତୁମେ କଣ ଖୋଜୁଛ ମାେ' ଭିତରେ

" ଦେବୀ"

ଇସ୍...!!

ମୁଁ କେଉଁ ଦେବୀ ଯେ ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance