STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

ମୁଁ କଳାରଙ୍ଗର ଝିଅ

ମୁଁ କଳାରଙ୍ଗର ଝିଅ

1 min
384


ଲୁଚିଯାଏ ମୋର ମନ, ହୃଦୟ ଓ ଗୁଣ

କେବେକେବେ ହୁଏ ଅବଶୋଷ 

ପୁଣି କେବେ ଅନେକ ଅନେକ ଖୁସି

ହଁ ଗୋରାନୁହେଁ ବୋଲି

ବେଳେବେଳେ ମୋର ଲୁଚିଯାଏ ଦୋଷ

ଫଗୁଣ ମୋତେ ବି ଛୁଏଁ

ପ୍ରୀତିରଙ୍ଗର ଜଳେ ମୁଁ ବି ବିନା ନିଆଁରେ ଜଳେ

ଛାତିରେ ଜାତ କେତେ କୋହ 

ଏ ଆଖିରୁ ମୋର ବି ଝରେ ଲୁହ

ମୁଁ କଳାରଙ୍ଗର ଝିଅ ।


ଅଧିକ ଦେଖେ ଆଇନା

ମୁଁ କାହା ପାଇଁ ହେବି ମଇନା

ସଜେଇ ବହୁତ ହୁଏ

ମୁଁ ବି ତ ମଣିଷଟିଏ

ଗୋରା ରଙ୍ଗ ଦେଖି କେବେକେବେ ହୁଏ ଦୁଃଖ

ରୂପର ଦୁନିଆ ଦେହର ସମାଜେ 

ନିଜକୁ ମଣେ ସୁରକ୍ଷିତ

ପୁରୁଷର କୁଆଖି ନଥାଏ ମୋ' ଆଡ଼େ

ଏଥିପାଇଁ ବି ପାଏ ଟିକେ ମିଛସୁଖ

ଦୁଃଖ ମଧ୍ଯ ପାଏ ଚୁପି ଚୁପି କାନ୍ଦେ

ଏକ ନିର୍ଦ୍ଦିଷ୍ଟ ବୟସେ 

ପୁଅଟିଏ ହିଁ ତ ଅନୁଭବ କରାଏ

ଜଣେ ଝିଅକୁ ତାର ପୁଲକିତ ମନର ସୁବାସ

କେବେ ନିଜପରେ କରେ ଭୟ 

ମନେ ଜନ୍ମନ୍ତି କେତେ ସଂଶୟ

ମୁଁ କଳାରଙ୍ଗର ଝିଅ ।


ମାନ, ଅଭିମାନ, ଅଭିଯୋଗ କେତେ

ସହିଯାଏ ଟାହିଟାପରା ଚୁପ୍ ରହିଯାଏ

କିଏ ନ ଦେଖିଲେ ବି ମୋତେ

ମୁଁ ହସିଦିଏ ଦାନ୍ତ ଦେଖାଇ ଦିଏ

ତଥାପି ସୁଖ ପାଏ ଯେବେ ଜାଣେ

ମୋତେ ବୁଝିବାକୁ କେହି ନା କେହି ତ ଥାଏ

କଳାକାହ୍ନୁକୁ ପକାଏ ମନ 

ଶ୍ରୀକୃଷ୍ଣ କଳାରେ ରଙ୍ଗୀନ ମୁଁ ଯେ

ସେବେ ଲାଗେନି ଆଉ ହୀନିମାନ

ଗୁଣକୁ ଚିହ୍ନିବା ଲୋକଟେ ମିଳେ

ଦେଖେ ମୋ' ହସର ରଙ୍ଗ ମୋର କଥାର ରଙ୍ଗ

ମୋ' ରୂପରଙ୍ଗ ଓ ଦେହ ରଙ୍ଗକୁ ଭୁଲି

ଆସିଯାଏ କେହି ଜଣେ ମୋ' ପାଇଁ ଚାଲି

ପ୍ରେମର ଗାଢରଙ୍ଗ ମୋ' ଅନ୍ତରକୁ ଗୋରା କରେ

ଏ ବାହାର ରଙ୍ଗ ବୟସର ଛାଡ଼ିଯିବ

ବୟସ ସରିଲେ ସବୁ ଅସହାୟ

ମୁଁ ଗୁଣରେ ଅଟେ ସହାୟ

ମୁଁ କଳାରଙ୍ଗର ଝିଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract