STORYMIRROR

Bidutprabha Mishra

Inspirational Children

4  

Bidutprabha Mishra

Inspirational Children

ମୁଁ ଜ୍ୟୋତିଟିଏ

ମୁଁ ଜ୍ୟୋତିଟିଏ

1 min
352


ମୁଁ ଜ୍ୟୋତି ଟିଏ ମୁଁ ଜ୍ୟୋତି ଟିଏ

ଦୀପଟିର ଦୀପ ଶିଖାଟିଏ 

ସଭିଙ୍କୁ ଆଲୋକ ଦାନ କରି ମୁହିଁ

ମନରେ ଆନନ୍ଦ କେତେ ପାଏ ll


ମାନବ ହେଲେବି ଜ୍ୟୋତି ସମ

ଚାଲରେ କରିବା କିଛି କାମ

ବାଣ୍ଟି ଦେଇ ଯିବା ସ୍ନେହ ପ୍ରୀତି ଧାରା

ପ୍ରତି ହୃଦୟର କୋଣ କୋଣ ll


ଆକାଶରେ ଟିକି ତାରା ଯେହ୍ନେ

ଆଲୋକ ଦାନରେ ନାଶେ ତମେ

ଅଳପ ହେଲେବି ଜ୍ଞାନବୁଦ୍ଧି ଆମ

ବାଣ୍ଟିବା ଉଚିତ ସର୍ବ ସ୍ଥାନେ ll


ବନ୍ଦରରେ ବତୀଖୁଣ୍ଟ ପରି

ଜଳୁଥିବି ମୁହିଁ ଧୈର୍ଯ୍ୟ ଧରି

ବାଟ କଢ଼ାଇବି ସବୁ ମାନବଙ୍କୁ

ପ୍ରେରଣାର ଉତ୍ସ ହୋଇକରି ll


ଜ୍ୟୋତିରିଙ୍ଗଣଟିଏ ହୋଇ

ଦିକ ଦିକ ଆଲୋକକୁ ଦେଇ

ବର୍ଷା ଋତୁରେ ସାଙ୍ଗ ସାଥି ସହ

ଆଲୋକ ଦେବାର ଚେଷ୍ଟା ନେଇ ll


ନୂଆ ବୈଜ୍ଞାନିକଟିଏ ହୋଇ 

 ନୂଆ ଦରବକୁ ସର୍ଜି ମୁହିଁ 

ବିଜ୍ଞାନ ଯୁଗର ପିଲାଟି ମୁହିଁରେ

ବିକାଶର ମାର୍ଗ ଦେବି ଫେଇ ll


ଅବା ଡାକତରଟିଏ ହୋଇ

ସେବା କରିବି ମୁଁ ପ୍ରାଣ ଦେଇ 

ଦୁଃଖୀ ରୋଗୀଙ୍କର ଲୁହ ପୋଛିଦେବି

ହୃଦରେ ବିଶ୍ୱାସ ଜନମାଇ ll


ମୋତେ ଶିଶୁ ବୋଲି ନଭାବିବ 

ମୋଠାରେ ନିହିତ ଜ୍ୟୋତି ସର୍ବ 

ବୈଜ୍ଞାନିକ ଠାରୁ ସାହିତ୍ୟିକ ଯାଏଁ

ସବୁ କରିପାରେ ମୁଁ ସମ୍ଭବ ll


ପ୍ରଭୁଙ୍କ ବଳେ ମୁଁ ବଳିୟାନ 

ଆଶିଷେ ତାଙ୍କର ମୋ ସୃଜନ 

ଛୋଟ ଜ୍ୟୋତିଟିଏ ହୋଇଲେ ବି ମୁହିଁ

ଜଳି ବାଣ୍ଟି ଦେବି ରଶ୍ମି ମାନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational