Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prakash Sahoo

Tragedy

3  

Prakash Sahoo

Tragedy

ମୁଁ ଜଣେ ନାବିକ କହୁଛି

ମୁଁ ଜଣେ ନାବିକ କହୁଛି

2 mins
6.4K


ମୁଁ ଜଣେ ନାବିକ କହୁଛି

ଆମେ ଦୁହେଁ ୧୮ ବୟସରେ ଘର ଛାଡିଲେ ।
ତୁ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ପାସ କଲୁ ।
ମୁଁ ଭାରତୀୟ ନୌସେନା ର ଟେଷ୍ଟ ପାସ କଲି ।
ତୋତେ ଭଲ କଲେଜ ରେ ଆଡ଼ମିଶନ ମିଳିଲା ।
ମୋତେ ନୌସେନା ରେ ଯୋଗଦାନ ମିଳିଲା ।
ତୁ ଭଲ କଲେଜ ରୁ ଡିଗ୍ରୀ ହାସଲ କଲୁ ।
ମୁଁ ସେନା ର କଠୋର ପ୍ରଶିକ୍ଷଣ ପାଇଲି ।
ତୋର ଦିନ ସଖାଳ ୯ ରେ ଆରମ୍ଭ ହୁଏ,
ଆଉ ସାନ୍ଧ୍ୟ ୫ ରେ ଶେଷ ହୋଇଯାଏ ।
ମୋର ଭୋର ୬ ଟା ରେ ଆରମ୍ଭ ହୁଏ,
ପୁଣି ରାତି ୯ ଟା ରେ ଶେଷ ହୁଏ ।
କେବେ କେବେ ପୁରା ୨୪ ଘଣ୍ଟା ଡ୍ୟୁଟି ଦିଏ ।
ତୋତେ ଭଲ କମ୍ପାନୀ ରେ ଚାକିରୀ ମିଳିଲା ।
ମୋତେ ନୌସେନା ରେ ନିଯୁକ୍ତି ମିଳିଲା ।
ସବୁଠୁ ଭଲ କମ୍ପାନୀ ତୋତେ ଡାକି ନେଲା,
ଆଉ ଭଲ ପ୍ୟାକେଜ ରେ ଦରମା ଦେଲା ।
ମୋତେ ଧଳା ବରଦି ରେ ଜହାଜ, 
କୁ ଯିବାକୁ ଆଦେଶ ମିଳିଲା ।
ତୋତେ ଭଲ ଚାକିରୀ ମିଳିଲା ।
ମୋତେ ଜିଇଁବାର ନୂଆ ମାଧ୍ୟମ ମିଳିଲା।
ଇଛାନୁସାରେ ତୋ ପରିବାର ସହ ଭେଟ କରିଲୁ।
ମୋର ଆଶା ରହୁଥିଲା ଜଲଦି ଦେଖା କରିବି ।
ତୁ ଯେତେ ସବୁ ପର୍ବପର୍ବାଣି ମନାଇଲୁ ।
ମୁଁ ଗହିର ସମୁଦ୍ର ଭିତରେ ଜାଣିପାରିଲିନି,
କେବେ ଥିଲା କେଉଁ ପର୍ବ,କେଉଁ ଦିବସ ।
ତୁ ନୀତି ପୂଜା ପାଇଁ ମନ୍ଦିର କୁ ଗଲୁ ।
ମୁଁ ଗହିର ସମୁଦ୍ରେ ମନେ ମନେ ଡାକି ରହିଲି ।
କମ୍ପୁଟର ତୋର ଅତ୍ୟାବଶ୍ୟକ ସାମଗ୍ରୀ ଥିଲା ।
ରାଇଫଲ,ରାଉଣ୍ଡ ମୋର ଜୀବନସାଥି ଥିଲା ।
ତୁ ଖାଉଥିଲୁ ମନ ବୁତାବକ  ଖାଦ୍ୟ ।
ମୁଁ ଅନିଛା ସହିତ ଖାଉଥିଲି ହୋଇ ବାଧ୍ୟ।
ଆମ ଦୁହିଁ ଙ୍କ ର ବିଭାଘର ହେଲା ।
ତୋ ସ୍ତ୍ରୀ ତୋତେ ସବୁଦିନେ ଦେଖୁଥିଲା ।
ମୁଁ ବଂଚି ରହିବା ପାଇଁ ମୋ ସ୍ତ୍ରୀ ପ୍ରାର୍ଥନା କରୁଥିଲା ।
ତୁ  ବ୍ୟବସାୟ ଉଦେଶ୍ୟ ରେ ବିଦେଶ ଯାତ୍ରା ଗଲୁ ।
ମୁଁ ଜାହାଜରେ ଗହୀର ସମୁଦ୍ର ଭିତରକୁ ଗଲି ।
ଆମ ଦୁହିଁ ଙ୍କ ସ୍ତ୍ରୀ ଦୁଃଖୀ ଥିଲେ ।
ତୁ ଫେରିଆସିଲୁ ତୋ ସ୍ତ୍ରୀ ପାଖକୁ ।
ମୁଁ ଫେରିଆସିଲି ମୋ ସ୍ତ୍ରୀ ପାଖକୁ ।
ବାସ  ଅଳ୍ପ ଟିକେ ତଫାତ ରହିଯାଇଥିଲା ।
ମୁଁ ଆସିଥିଲି ରାଷ୍ଟ୍ରୀୟ ସମ୍ମାନ ଆଉ,
ତ୍ରିରଙ୍ଗା ପତାକା ଦ୍ଵାରା ଆଚ୍ଛାଦିତ ହୋଇ ।
ତୁ ପୋଛିଦେଲୁ ତୋ ସ୍ତ୍ରୀ ଆଖି ର ଲୁହ ,
ମୁଁ ପୋଛି ନ ପାରିଲି ମୋ ସ୍ତ୍ରୀ ଆଖି ର ଲୁହ ।
ତୁ ତୋ ସ୍ତ୍ରୀ କୁ ଆଲିଙ୍ଗନ କଲୁ ।
ମୁଁ କିଛି ବି କରି ପାରିଲି ନାହିଁ ।
ତୁ ଆଣିଥିଲୁ ତୋ ସ୍ତ୍ରୀ ପାଇଁ ଉପହାର ।
ମୁଁ ଆଣିଥିଲି ଛାତିରେ ବିରତ୍ୱ ମେଡାଲ ।
ତୁ ଆଣିଥିଲୁ ନୂଆ ଟେକ୍ନୋଲୋଜି ।
ମୁଁ ଆଣିଥିଲି ଛାତି ରେ ଛତ୍ରୁ ର ଗୁଳି ।
ତୁ ଫେରିଆସିଥିଲୁ ନୂଆ ଅବତାରେ।
ମୁଁ ଆସିଥିଲି ରକ୍ତ ଜୁଡ଼ବୁଡ଼ ଅବସ୍ଥା ରେ ।
ତୁ ଆସିଥିବାରୁ ତୋ ଘର ପୂର୍ବପରି,
ହସ ଖୁସି ରେ ଦୋହଲୁ ଥିଲା।
କାନ୍ଦ ବୋବାଳି ରେ ମୋ ଘର ଅଥୟ ହେଲା ।
ତୋ ଘରେ ଭୋଜି ର ଆୟୋଜନ ଚାଲିଥିଲା।
ମୋତେ ମଶାଣି କୁ ନେବା ପାଇଁ, 
କାଠ ର ଯୋଗାଡ ହେଉଥିଲା ।
ତୋତେ ମିଳୁଥିଲା ବନ୍ଧୁବାନ୍ଧବି ଙ୍କ ଠୁ ଶୁଭକାମନା ।
ମୋତେ ମିଳୁଥିଲା ସମବେଦନା ।
ପୁଣିଥରେ ହସଖୁସି ରେ ଭରିଗଲା ତୋ ସଂସାର।
ସବୁଦିନ ପାଇଁ ମ୍ରିୟମାଣ ହେଲା ମୋ ସଂସାର ।

ପ୍ରକାଶ ସାହୁ 



Rate this content
Log in