STORYMIRROR

Debabrata Mishra

Inspirational

4  

Debabrata Mishra

Inspirational

ମୁଁ_ଜଳିଯାଉ

ମୁଁ_ଜଳିଯାଉ

1 min
503

ଦେହ ଭିତରେ ଲୁଚିଥିବା ମନ

ମନର ଛାତିରେ ଲୁଚିଛି ମୁଁ

ସେ "ମୁଁ" ଟି ମରିଯାଉ

ମରିସରି ଜଳିଯାଉ ପୋଡ଼ିଯାଉ,

ଶବ ହୋଇପଡ଼ିଲେ ହେବ ଦୁର୍ଗନ୍ଧ

ବିଚାର ଶକ୍ତିକୁ କରିବ ସେ ମନ୍ଦ, 

ସମ୍ପୂର୍ଣ୍ଣ ହେଉ ନାଶ ବିନାଶ

ତା' ପାଇଁ ମଳିନ ସମ୍ପର୍କ ଆକାଶ, 

ସେ ବଞ୍ଚିଥିବା ଯାଏ ଜୀବନ ହୀନ

ମିଛ ସବୁ ଯେତେ ମାନ ସନମାନ,

ଦୀପାବଳୀର ଦୀପର ନିଆଁରେ

ହୋଇଯାଉ ପାଉଁଶ ନ ରହୁ ତା ଆୟୁଷ

ଜନ୍ମ ନେଉ ମନେ ଆମ ସପନ

ନଷ୍ଟ ହେଉ ସେ ସମାଜର ଶତ୍ରୁ

 "ମୁଁ" ର ଅନାବଶ୍ୟକ ଉପାଦାନ। 



Rate this content
Log in

Similar oriya poem from Inspirational